ଦେବଦୂତ ସାଜିଲା ଅଗ୍ନିଶମ ବିଭାଗ, ରଥଯାତ୍ରା ଭିଡ଼ ସତ୍ତ୍ୱେ ସାପ କାମୁଡିଥିବା ଛୋଟ ପିଲାକୁ ପହଞ୍ଚାଇଲେ ଡାକ୍ତରଖାନା

Published By : Prameya-News7 Bureau | July 03, 2022 IST

ପାଟଣାଗଡ଼, ୦୩/୦୭: ଗତକାଲି ସକାଳେ ଖେଳୁଥିବା ସମୟରେ ପାଟଣାଗଡ଼ ଲାରମ୍ଭା ଥାନା ବରାହଗୁଡା ଗ୍ରାମର ଜଣେ ଛୋଟ ପିଲାକୁ ଏକ ବିଷଧର ସାପ କାମୁଡି ଥିଲା । ପ୍ରଥମେ ପରିବାର ଲୋକେ ପାଖରେ ଥିବା ଶିବାମନ୍ଦିରକୁ ନେଇ ଝଡ଼ାଫୁଙ୍କା କରିଥିଲେ । ପରେ ଆମ୍ବୁଲାନ୍ସକୁ ଡାକିଥିଲେ । ଆମ୍ବୁଲାନ୍ସ ନଆସିବାରୁ ଜଣଙ୍କର ଘରୋଇ ଗାଡ଼ିରେ ପାଟଣାଗଡ଼ ହସ୍ପିଟାଲ ନେଇଥିଲେ । କିନ୍ତୁ ରଥଯାତ୍ରା ପାଇଁ ସେମାନେ ରାସ୍ତା ପାଇ ନଥିଲେ ।

ଉପସ୍ଥିତ ବୁଦ୍ଧି ଲଗାଇ ଅଗ୍ନିଶମ ବିଭାଗ ପାଟଣାଗଡ଼କୁ ଯାଇ ସାହାଯ୍ୟ ମାଗିଥିଲେ । ତୁରନ୍ତ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାଙ୍କୁ ଭିଡ଼ ଭେଦି ରାସ୍ତା ପାରି କରି ଡାକ୍ତରଖାନାରେ ପହଞ୍ଚାଇଥିଲେ । ଅନ୍ୟ ପକ୍ଷରେ ସେଠୁ ପ୍ରାଥମିକ ଚିକିତ୍ସା ପାଇ ବଲାଙ୍ଗୀରକୁ ପିଲାଟିକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି ଓ ସ୍ୱାସ୍ଥ୍ୟବସ୍ଥା ବିପଦମୁକ୍ତ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.