ନିଶ୍ଚିନ୍ତକୋଇଲି ୧୪।୦୮ : କଟକ ଜିଲ୍ଲା ନେମାଳ ଥାନା ବରପଡ଼ା ପୋଲ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ । ଲୁଣା ନଦୀରୁ ନାବାଳକ ପୁଅକୁ ଉଦ୍ଧାର କରିଲେ ସ୍ଥାନୀୟ ଲୋକେ । ଉଦ୍ଧାର ପରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ବୁଧବାର ସକାଳ ସମୟରେ ନାବାଳକ ପୁଅକୁ ଧରି ଲୁଣା ନଦୀକୁ ଡେଇଁଥିଲେ ନେମାଳ ଗାଁର ସୁହାନା ପରବିନ୍ । ଘଟଣାସ୍ଥଳରେ ଉପସ୍ଥିତ ଲୋକେ ତୁରନ୍ତ ନଦୀକୁ ପୁଅକୁ ଉଦ୍ଧାର କରିଥିଲେ । ଆଉ ଉଦ୍ଧାର ପରେ ନାବାଳକକୁ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଉଦ୍ଧାର ଶିଶୁକୁ ମୃତ ଘୋଷଣା କରିଛନ୍ତି । ହେଲେ ଏବେ ଯାଏଁ ମିଳିନି ନିଖୋଜ ମାଙ୍କ ପତ୍ତା । ଦମକଳ ବାହିନୀ ଏବେବି ଖୋଜାଖୋଜି ଜାରି ରଖିଛି । ତେବେ କେଉଁ କାରଣରୁ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ସୁହାନା ପରବିନ୍ । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି ।