ନିଖୋଜର ୨ ଦିନ ପରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ? ତଦନ୍ତ କରୁଛି ପୋଲିସ

Published By : Prameya-News7 Bureau | May 25, 2024 IST

ବାସୁଦେବପୁର ୨୫/୫: ଘରୁ ବାହାରକୁ ଯାଇ ନିଖୋଜ ହୋଇଯାଇଥିଲେ । ୨ ଦିନ ପରେ ଶବ ହୋଇ ଫେରିଲେ । ଭଦ୍ରକ ଜିଲ୍ଲା ନାୟକାନିଡିହି ଥାନା ଦଧିବାମନପୁର ଗାଁର ଭରତ ପରିଡାଙ୍କ ଝିଅ ଗୁରୁବାର ଦିନ ୨ଟାରୁ ବାହାରକୁ ଯାଇ ଆଉ ଘରକୁ ଫେରିନଥିଲେ । ବହୁ ଖୋଜାଖୋଜି ପରେ ଝିଅର ପତ୍ତା ନମିଳିବାରୁ ପରିବାର ଲୋକ ଶୁକ୍ରବାର ନାୟକାନିଡିହି ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ ।

ଏପଟେ ଶନିବାର ସକାଳୁ ତମ୍ବୁଆ ନଦୀରେ ଏକ ଗଳିତ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଧାମରା ଦମକଳବାହିନୀ ନଦୀରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରିଛନ୍ତି । ମୃତଦେହଟି ଝିଅର ବୋଲି ଥାନାକୁ ଆସି ଚିହ୍ନଟ କରିଛନ୍ତି ଭରତ । ଯୁବତୀଙ୍କ ମୃତ୍ୟୁ କେମିତି ହେଲା ସେ ସଂପର୍କରେ କିଛି ଜଣାପଡିନି । ପୋଲିସ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଛାନଭିନ ଚଳାଇଛି । 

You Can Read:

ପ୍ରେମ ସଂପର୍କରୁ ଯୁବକଙ୍କୁ ଗଳାକାଟି ହତ୍ୟା କଲେ ପ୍ରେମିକାଙ୍କ ବାପା,୩ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ଜଗତପୁର ପୋଲିସ

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.