ଉତ୍ତର ୨୪ ପ୍ରଗଣା ନୌହାଟୀ ବାଣ କାରଖାନାରେ ବିସ୍ଫୋରଣ, ୩ମୃତ, ଅନେକ ଆହତ

Published By : Prameya-News7 Bureau | January 03, 2020 IST

କୋଲକାତା ୩।୧:  ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ନୌହାଟୀସ୍ଥିତ ଏକ ବାଣ କାରଖାନାରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଆହତ ହୋଇଛନ୍ତି। ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ନିଆଁକୁ ଆୟତ୍ତ କରିବା ଲାଗି ଉଦ୍ୟମ ଚଳାଯାଇଛି। ସମସ୍ତ ଆହତଙ୍କୁ ନୌହାଟୀ ଷ୍ଟେଟ୍ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

{"id":206267,"sizeSlug":"large"}

ନୌହାଟୀ ଥାନା ଦେବକ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ କାରଖାନାରେ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଦୁଲକେଇଥିଲା। ନୁର ହୁସେନ ଏଠାରେ ଏହି ବାଣ କାରଖାନା କରିଥିଲେ ବୋଲି ଜଣା ପଡିଛି। ତେବେ କାରଖାନାରେ ନିଆଁ ଲାଗିବା ପରେ ସେ କେଉଁ ଆଡେ ଫେରାର ହୋଇଯାଇଛି। ପ୍ରାଥମିକ ତଦନ୍ତରୁ ଏହା ଏକ ଅବୈଧ ବାଣ କାରଖାନା ଥିଲା ବୋଲି ଜଣାପଡିଛି। କାରଖାନା ବିସ୍ଫୋରଣର ଶବ୍ଦ ପ୍ରାୟ ୭ କିଲୋମିଟର ଦୂରକୁ ଶୁଣାଯାଉଥିବାର ଲୋକେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.