ଭୟାବହ ଅଗ୍ନିକାଣ୍ଡ ; ଜଳିଗଲା ୮ବଖରା ଘର

Published By : Prameya-News7 Bureau | January 14, 2019 IST

ଖଇରା ୧୪|୧: ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଘର। ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କୁପାରୀ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଗାଁର ତରଣସେନ ମହାପାତ୍ରଙ୍କ ଘରେ ବିଳମ୍ବିତ ରାତିରେ ନିଆଁ ଲାଗିଯିବାରୁ ୮ ବଖରା ଘର ଜଳିଯାଇଥିଲା । ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି । ତେବେ କେଉଁ କାରଣରୁ ନିଆଁ ଲଗିଲା ତାହା ଜଣାପଡିନାହିଁ। ୨ ଟି ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.