ଜିଏସ୍ଟି ଭବନରେ ଭୟାବହ ଅଗ୍ନିକାଣ୍ଡ: ନିଆଁ ଲିଭାରେ ଦମକଳ ବାହିନୀ ନିୟୋଜିତ, ଫସିରହିଛନ୍ତି କିଛି ଲୋକ !
17/02/2020 at 12:57 PM

ମୁମ୍ବାଇ ୧୭।୦୨: ଜିଏସ୍ଟି ଭବନରେ ଭୟାବହ ଅଗ୍ନିକାଣ୍ଡ । ମହାରାଷ୍ଟ୍ର ବାଇକୁଲା ମାଝଗାଓଁ ସ୍ଥିତ ଜିଏସ୍ଟି ଭବନରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲିଭା କାର୍ଯ୍ୟରେ ୬ରୁ ଅଧିକ ଦମକଳ ବାହିନୀ ନିୟୋଜିତ । ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
ସୂଚନାଯୋଗ୍ୟ ଯେ, ସୋମବାର ଦିନ ଦ୍ବିପହର ସମୟରେ ହଠାତ୍ ଜିଏସ୍ଟି ଭବନରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ବ୍ୟାପିବାର ଲାଗିଥିଲା । କୋଠାରେ ନିଆଁ ଲାଗିବାର ଖବର ତୁରନ୍ତ ଅଗ୍ନିଶମ ବାହିନୀକୁ ଦିଆଯାଇଥିଲା । ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି । ତେବେ କୋଠା ମଧ୍ୟରେ ଫସିରହିଥିବା ଲୋକଙ୍କୁ କିପରି ବାହାରକୁ ଅଣଯିବ , ସେନେଇ ଉଦ୍ୟମ ଜାରି ରହିଛି . କିଛି ଲୋକ ନିଆଁ ଲାଗିବା ଖବର ପାଇବା ମାତ୍ରେ ବାହାରକୁ ଆସିଯାଇଥିଲେ । ଏବଂ କିଛି ଲୋକ କୋଠା ମଧ୍ୟରେ ଫସିରହିଥିବା ସୂଚନା ରହିଛି ।