ଜଡତିରା ଗ୍ରାମରେ ଅଗ୍ନିକାଣ୍ଡ, ୯ବଖରା ଘର ଜଳି ପୋଡି ପାଉଁଶ

Published By : Prameya-News7 Bureau | February 23, 2024 IST

ଜଗତସିଂହପୁର ୨୩/୦୨: ଜଗତସିଂହପୁର ଜିଲା ତିର୍ତ୍ତୋଲ ତହସିଲ ଅନ୍ତର୍ଗତ ଜଡତିରା ଗ୍ରାମରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୯ ବଖରା ଘର ଜଳି ଭସ୍ମୀଭୂତ । ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଥାଉକି, ଜଡତିରା ଗ୍ରାମର ଅମ୍ବିକା ବିଶ୍ୱାଳଙ୍କ ଘରର ପଶ୍ଚିମ ପଟରେ ପ୍ରଥମେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ୩ ପରିବାରର ୯ ବଖରା ଘରପୋଡି ଯାଇଥିବା ବେଳେ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇ ଯାଇଥିବାର ଆକଳନ କରାଯାଇଛି । ସେପଟେ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.