ଏସି ସର୍ଟ ସର୍କିଟ୍ ଯୋଗୁଁ ବିସ୍ଫୋରଣ, ପୂରା ଫ୍ଲାଟରେ ଲାଗିଲା ନିଆଁ

Published By : Prameya-News7 Bureau | June 06, 2024 IST

ନୂଆଦିଲ୍ଲୀ ୦୬।୦୬: ଗାଜିଆବାଦର ବସୁନ୍ଧରା ସେକ୍ଟର-୧ କୁଞ୍ଜ ବିହାର ସୋସାଇଟିରେ ଏସି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ନିଆଁ ଏକ ବିରାଟ ରୂପ ନେଇ ଧୀରେ ଧୀରେ ଫ୍ଲାଟରେ ବ୍ୟାପିଗଲା । ଆଶ୍ଚର୍ଯ୍ୟଜନକ କଥା ହେଉଛି ଘଟଣା ସମୟରେ ପରିବାର ଲୋକ ଭିତରେ ଶୋଇଥିଲେ। ହଠାତ୍ ବିସ୍ଫୋରଣ ପରେ ପରିବାର ଲୋକ ବାହାରକୁ ଆସି ସେମାନଙ୍କ ଜୀବନ ରକ୍ଷା କରିଥିଲେ। କିଛି ସମୟ ମଧ୍ୟରେ ନିଆଁ ବ୍ୟାପିବା ଆରମ୍ଭ କଲା । ନିକଟସ୍ଥ ଲୋକମାନେ ନିଆଁ ଲିଭାଇବାକୁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଲିଭାଇ ପାରି ନଥିଲେ।

ଏସି ଚାଲିବାରୁ ଗାଜିଆବାଦର ବସୁନ୍ଧରା ସେକ୍ଟର ୧ କୁଞ୍ଜ ବିହାର ସୋସାଇଟିର ପ୍ଲଟ ନମ୍ବର ୧୦୦୯ ର ପ୍ରଥମ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ଯାହା ପରେ ନିଆଁ ଶୀଘ୍ର ଫ୍ଲାଟରେ ବ୍ୟାପିଗଲା । ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ବହୁ ଚେଷ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରିଥିଲା। ଦୁର୍ଘଟଣାରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ। କୁହାଯାଉଛି ଯେ ଏସିର ଲଗାତାର ଚାଲିବା ଯୋଗୁଁ ନିଆଁ ଲାଗିଯାଇଥିଲା।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.