ନୂଆଦିଲ୍ଲୀ ୧୬।୫: ଦିଲ୍ଲୀ ପଣ୍ଡିତ ପନ୍ତ ମାର୍ଗସ୍ଥିତ ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି। ଅଚାନକ କାର୍ଯ୍ୟାଳୟରେ ଧୂଆଁ ଭରିଯିବା ସହ ନିଆଁ ଲାଗିଯାଇଥିଲା। ଦମକଳ ବିଭାଗ କୁ ଖବର ଦିଆଯିବାମାତ୍ରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ମାତ୍ର ୧୫ ମିନିଟ୍ରେ ନିଆଁକୁ ଆୟତ୍ତ କରାଯାଇଛି। ଅଗ୍ନିକାଣ୍ଡ ଯୋଗୁ ହୋଇଥିବା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳି ପାରି ନାହିଁ।
ତେବେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି। ଦିଲ୍ଲୀ ବିଜେପି ମିଡିଆ ସେଲ ପକ୍ଷରୁ ଅଗ୍ନିକାଣ୍ଡ ନେଇ ସୂଚନା ଦିଆଯାଇଛି। କୁହାଯାଇଛି ଯେ ଅପରାହ୍ନ ପ୍ରାୟ ୪ଟା ୧୫ ମିନିଟ୍ରେ ବିଦ୍ୟୁତ ମିଟର ବକ୍ସରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଥିଲା। କାର୍ଯ୍ୟାଳୟରେ ନିଆଁ ଲାଗିଥିବା ନେଇ ଏନଡିଏମସି ଇଲେକ୍ଟ୍ରିକ୍ ଷ୍ଟାଫ ଓ ଦମକଳ ବିଭାଗକୁ ସୂଚିତ କରାଯାଇଥିଲା। ଦମକଳ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
#WATCH | Fire breaks out in BJP's Delhi State Office at Pandit Pant Marg. Fire tenders being rushed to the spot. More details awaited. https://t.co/j15I12d1qW pic.twitter.com/6WGk954MTA
— ANI (@ANI) May 16, 2024
ଅପରାହ୍ନ ସାଢେ ୪ଟା ସୁଦ୍ଧା କାର୍ଯ୍ୟାଳୟରେ ନିଆଁ ଆୟତ୍ତ ହୋଇଥିଲା। ଅଗ୍ନିକାଣ୍ଡଡ ଯୋଗୁ କାର୍ଯ୍ୟାଳୟ ପରିସରର ବିଦ୍ୟୁତ କଟି ଯାଇଛି। ପୁଣି ବିଦ୍ୟୁତ ସଂଯୋଗ ନିମନ୍ତେ କିଛି ସମୟ ଲାଗିପାରେ ବୋଲି କୁହାଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁ ସେଭଳି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିବା କୁହାଯାଇଛି। ସେହିପରି ଦୁର୍ଘଟଣାରେ କେହି ହତାହତ ସୂଚନା ନଥିବା ଦମକଳ ବିଭାଗ ଅଧିକାରୀ କହିଛନ୍ତି।ଏହି ଅଗ୍ନିକାଣ୍ଡ ଦିଲ୍ଲୀ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହୋଇଛି।