ନର୍ସିଂ ହୋମରେ ଅଗ୍ନିକାଣ୍ଡ, ଦୁଇ ମୃତ
1/01/2023 at 9:42 AM

ନୂଆଦିଲ୍ଳୀ, ୦୧/୦୧: ନର୍ସିଂ ହୋମରେ ଅଗ୍ନିକାଣ୍ଡ ଯୋଗୁଁ ୨ ଜଣଙ୍କ ମୃତ୍ୟୁ। ଦିଲ୍ଳୀ ଗ୍ରେଟର କୈଲାଶ ଅଞ୍ଚଳରେ ଥିବା ଏହି ନର୍ସିଂହୋମ୍ରେ ଅଗ୍ନିକାଣ୍ଡ ହୋଇଥିଲା। ସୂଚନା ଅନୁଯାୟୀ, ସକାଳ ୫:୧୫ ସମୟରେ ନର୍ସଂ ହୋମ୍ରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରୁ ଛଅ ଜଣଙ୍କୁ ଉଦ୍ଧାର କରାଯାଇଛି।
ସେପଟେ ଖବର ପାଇବା ପରେ ଚାରିଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ନିଆଁକୁ ଆୟତ୍ତ କରିଥିଲା। ତେବେ ନିଆଁ କିପରି ଲାଗିଥିଲା ତାହାର କାରଣ ଜଣାପଡ଼ିନାହିଁ।
Related Posts
ଏସିଆର ସବୁଠାରୁ ବଡ଼ ପୁସ୍ତକ ସମ୍ମାନ ଗୋଲ୍ଡେନ୍ ବୁକ୍ ଆୱାର୍ଡ ୨୦୨୩ ଘୋଷଣା
3 February 2023