UP: ବାଣ କାରଖାନାରେ ବିସ୍ପୋରଣ, ୪ ମୃତ, ୧୫ରୁ ଅଧିକ ଆହତ

Published By : Prameya-News7 Bureau | February 25, 2024 IST

କୌଶାମ୍ବୀ ୨୫।୨: ଉତ୍ତରପ୍ରଦେଶ କୌଶାମ୍ବୀ ଜିଲ୍ଲା ମହେଭା ଗାଁରେ ଥିବା ଏକ ବାଣ କାରଖାନାରେ ରବିବାର ଅଗ୍ନିକାଣ୍ଡ ହୋଇଛି। ଫଳରେ ବିସ୍ଫୋରଣ ହେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଲୋକେ ପୋଡି ହୋଇ ଆହତ ହୋଇଛନ୍ତି। ପୋଲିସ ସୂଚନା ଅନୁସାରେ କୋଖରାଜ ଥାନା ଅନ୍ତର୍ଗତ ମହେଭା ଗାଁର ବାଣ କାରଖାନାରେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ନିଆଁ ଲାଗିଯାଇଥିଲା। ପୋଲିସ ସୂଚନା ଅନୁସାରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଜଣ ନିଆଁ ଲାଗିବା ବେଳେ କାରଖାନା ଭିତରେ ଥିଲେ।

wp:html /wp:html

ପୋଲିସ ଅଧିକ୍ଷକ ବ୍ରଜେଶ କୁମାର ଶ୍ରୀବାସ୍ତବ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ପୁଷ୍ଟି କରିଛନ୍ତି। ଏହି ଦୁର୍ଘଟଣାରେ ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଶ୍ରୀବାସ୍ତବ କହିଛନ୍ତି। ପୋଲିସ ଅଧିକ୍ଷକ(ଅଗ୍ନିସମନ) ସମେତ କେତେକ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ପହଞ୍ଚିଛି। ଦମକଳ ବିଭାଗ ନିଆଁକୁ କାବୁ କରିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୋଲିସ ଓ ଆମ୍ବୁଲାନ୍ସ ସହାୟତାରେ ଆହତଙ୍କୁ କାରଖାନାରୁ ବାହାର କରି ହସ୍ପିଟାଲକୁ ପଠାଯାଇଛି।

ବାଣ କାରଖାନାରେ ନିଆଁ ଲାଗିଥିବା ଘଟଣା ପ୍ରଘଟ ହେବା ପରେ ଆଖପାଖର ଲୋକେ ଘଟଣାସ୍ଥଳକୁ ପହଞ୍ଚିବା ସହ ଯୁଦ୍ଧକାଳୀନ ଭିତ୍ତିରେ ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପୋଲିସ ଏବେ ମାମଲାର ତଦନ୍ତ କରୁଛି। କାରାଖାନାରେ ବିସ୍ପୋରଣ ଏତେ ଜୋରର ହୋଇଥିଲା ଆଖପାଖ ଅଞ୍ଚଳକୁ ଶୁଣାଯାଇଥିଲା। ବେଶ ଉଚ୍ଚ ପର୍ଯ୍ୟନ୍ତ କଳାଧୂଆଁ ଉଠୁଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.