ଶସ୍ୟମଣ୍ଡିର ଭୟାବହ ଅଗ୍ନିକାଣ୍ଡ : ୩୨ମୃତ, ୫୦ରୁ ଅଧିକ ଫସିରହିଥିବା ଆଶଙ୍କା

Published By : Prameya-News7 Bureau | December 08, 2019 IST

ନୂଆଦିଲ୍ଲୀ ୦୮।୧୨ : ନୂଆଦିଲ୍ଲୀର  ରାଣୀ ଝାନ୍ସି ରୋଡରେ ଶସ୍ୟ ମଣ୍ଡିରେ ଭୀଷଣ ଅଗ୍ନିକାଣ୍ଡ । ଧାନମଣ୍ଡିରେ ନିଆଁ ଲାଗି ୩୨ଜଣଙ୍କ ମୃ୍ତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୩୦ରୁ ଅଧିକ ନିୟୋଜିତ କରାଯାଇଛି ।

wp:core-embed/twitter {"url":"https://twitter.com/ANI/status/1203520190106882048","type":"rich","providerNameSlug":"twitter","className":""}
https://twitter.com/ANI/status/1203520190106882048
/wp:core-embed/twitter

ସୂଚନାଯୋଗ୍ୟ ଯେ, ଆଜି ସକାଳ ୫ଟା ସମୟରେ ଶ୍ୟସ ମଣ୍ଡିରେ କୌଣସି କାରଣରୁ ନିଆଁ ଲଗିଯାଇଥିଲା । ନିଆଁ ଲାଗିବାର ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଅଗ୍ନିଶମ ବାହିନୀର ୩୨ଟି ଗାଡି ନିଆଁ କାର୍ଯ୍ୟରେ ନିୟୋଜିତ ରହିଛି । ତିନିମହଲା ବିଶିଷ୍ଟ କୋଠାରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି । ଆହତ ଥିବା ଲୋକଙ୍କୁ ଦିଲ୍ଲୀର ୪ଟି ଭିନ୍ନ ଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.