ଦିଲ୍ଲୀର ଏକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭାରେ ନିୟୋଜିତ ହୋଇଥିଲା ୨୬ଟି ଦମକଳ ଗାଡି

Published By : Prameya-News7 Bureau | February 14, 2020 IST

ନୂଆଦିଲ୍ଲୀ ୧୪।୨: ଦିଲ୍ଲୀ ମୁଣ୍ଡକା ଅଞ୍ଚଳ ଜବାଲାପୁରୀ ସ୍ଥିତ ଏକ ଗୋଦାମ ଘରେ ମଧ୍ୟ ନିଆଁ ଲାଗିଯାଇଛି । ଏହି ଅଞ୍ଚଳରେ ଥିବା ଏକ ଅଟୋ ପାର୍ଟସ୍ ଗୋଦାମରେ ନିଆଁ ଲାଗିଥିବା ଜଣାପଡିଛି । ଘଟଣାସ୍ଥଳରେ ୨୬ଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲେ ।

ଏବେ ପରିସ୍ଥିତି ନିୟନ୍ତ୍ରଣାଧିନ ଥିବା ଜଣାପଡିଛି । ଅଗ୍ନିକାଣ୍ଡ ଯୋଗୁଁ ଫ୍ୟାକ୍ଟ୍ରିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ନିଆଁ ଲାଗିବା ଯୋଗୁଁ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.