ଢେଙ୍କାନାଳରେ ଦମକଳ ଗାଡି ଓଲଟି ୮ଜଣ ଅଗ୍ନିଶମ କର୍ମଚାରୀ ଗୁରୁତର

Published By : Prameya-News7 Bureau | October 02, 2018 IST

ଢେଙ୍କାନାଳ ୨/୧୦ : ଢେଙ୍କାନାଳ ଜିଲ୍ଲା ରା଼ସୋଲରେ ଦମକଳ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି | ରାସୋଳ ଶୁଖୁଆବାଉତୀ ମନ୍ଦିର ନିକଟରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଓଲଟି ପଡିଥିଲା | ଗାଡିରେ ଥିବା ଡ୍ରାଇଭର ସମେତ ୮ଜଣ ଅଗ୍ନିଶମ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି | ଗୁରୁତର ଆହତଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି | ସେମାନଙ୍କ ମଧ୍ୟରୁ ବିରେନ ସାମଲ ନାମକ ଜଣେ ହାବିଲଦାରଙ୍କ ଅବସ୍ଥା ଅତି ଗୁରୁତର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି | ରାସୋଳ ଥାନା ଅନ୍ତର୍ଗତ ଖଲିବୋରେଇ ଗାଁକୁ ପୋଖରୀରେ ବୁଡି ଯାଉଥିବା ଜଣେ ଯୂୁବକକୁ ଉଦ୍ଧାର କରିବାକୁ ଏହି ଦମକଳ ଗାଡି ଯାଉଥିବା ବେଳେ ଓଲଟି ପଡିଥିଲା । ସେପଟେ ପୋଖରି ବୁଡି ଯାଇଥିବା ଖଳିବୋରେଇ ଗାଁର ପଙ୍କଜ ସାହୁ ନାମକ ଉକ୍ତ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.