ପ୍ଲାଷ୍ଟିକ୍ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

Published By : Prameya-News7 Bureau | October 26, 2022 IST

କୋଲକାତା: ପ୍ଲାଷ୍ଟିକ୍ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁରେ ଜଳିପୋଡ଼ି ପାଉଁଶ ହୋଇଗଲା ପ୍ଲାଷ୍ଟିକ୍ ଗୋଦାମ। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ହାୱଡ଼ାର ମଧୁସୁଦନ ପାଲ୍ ଗଳିରେ ଥିବା ଏକ ପ୍ଳାଷ୍ଟିକ୍ ଗୋଦାମରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ନିଆଁ ପୂରା ଗୋଦାମରେ ବ୍ୟାପିଯାଇଥିଲା। ଘଟଣା ପରେ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିକାଣ୍ଡ ଖବର ପାଇବା ମାତ୍ରେ ତୁରନ୍ତ ୫ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ତେବେ ଗୋଦାମରେ କେମିତି ନିଆଁ ଲାଗିଲା ସେ ନେଇ କୌଣସି କାରଣ ଜଣାପଡ଼ିନାହିଁ। ନିକଟରେ ସୋମବାର ବନ୍ତଲା ଲେଦର କମ୍ଲେକ୍ସ ଏରିଆର ମଧ୍ୟ ନିଆଁ  ଲାଗିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.