କାଜକିସ୍ତାନର ତିନି ମହଲା ହୋଟେଲରେ ଭୀଷଣ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୧୩ ଜଣ

Published By : Prameya-News7 Bureau | December 01, 2023 IST

ନୂଆଦିଲ୍ଲୀ ୦୧।୧୨: ଗୁରୁବାର ଦିନ କାଜକିସ୍ତାନର ସବୁଠାରୁ ବଡ ସହର ଅଲମାଟିରେ ଥିବା ଏକ ହଷ୍ଟେଲରେ ଅଗ୍ନିକାଣ୍ଡ ହୋଇଥିଲା । ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଅଲମାଟି ପୋଲିସ ବିଭାଗ କହିଛି ଯେ ୯ଜଣ ଆହତ ହୋଇଛନ୍ତି । ଦୁଇ ଜଣ ରୁଷର ଏବଂ ଦୁଇଜଣ ଉଜବେକିସ୍ତାନର। ତିନି ମହଲା ବିଶିଷ୍ଟ କୋଠରୀରେ ସକାଳେ ଅଗ୍ନିକାଣ୍ଡ ଘଟିଥିଲା ​​। ଯେଉଁଥିରେ ୭୨ ଲୋକ ହଷ୍ଟେଲ  ତଳ ମହଲାରେ ରହୁଥିଲେ।

ଅଧିକାରୀ କହିଛନ୍ତି ଯେ ଜଣେ ଭାରତୀୟ ଛାତ୍ରଙ୍କ ସମେତ ଚାରି ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଏହାର ଅନୁସନ୍ଧାନ ପାଇଁ ଏକ ସ୍ୱତନ୍ତ୍ର କମିଶନ ଗଠନ କରିଥିବା ସରକାର କହିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତିନି ମହଲା ବିଶିଷ୍ଟ ଆବାସିକ କୋଠାର ତଳ ମହଲାରେ ନିଆଁ ଲାଗିଯାଇଥିବା ନେଇ ପୋଲିସ କହିଛି। ଏହି କୋଠାର ପ୍ରଥମ ମହଲା ଏବଂ ତଳ ମହଲାକୁ ହଷ୍ଟେଲରେ ପରିଣତ କରାଯାଇଥିଲା । ଏହି ଦୁର୍ଘଟଣା ସମୟରେ ହଷ୍ଟେଲରେ ମୋଟ ୭୨ ଜଣ ଲୋକ ଉପସ୍ଥିତ ଥିଲେ। ସେଥିମଧ୍ୟରୁ ୫୯ ଜଣ ବାହାରକୁ ଯିବାରେ ସଫଳ ହୋଇଥିବାବେଳେ ୧୩ ଜଣ ଲୋକ ନିଆଁରେ ଫସିଯାଇଥିଲେ। ଯେଉଁଥିପାଇଁ ସେମାନଙ୍କର ମୃତ୍ୟୁ ହୋଇଥିଲା।

ରିପୋର୍ଟ ଅନୁଯାୟୀ, ଅଗ୍ନିକାଣ୍ଡରେ ଆହତ ହୋଇଥିବା ୪ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଭାରତର ଜଣେ ଛାତ୍ର ମଧ୍ୟ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଏହା ନିଶ୍ଚିତ ହୋଇନାହିଁ ଯେ ସମସ୍ତ ମୃତକଙ୍କ ମଧ୍ୟ ଛାତ୍ର ଥିଲେ ନା ଅନ୍ୟ ଲୋକ ଏହି ଅଗ୍ନିକାଣ୍ଡର ତଦନ୍ତ ପାଇଁ ସରକାର ଏକ ସ୍ୱତନ୍ତ୍ର ଆୟୋଗ ଗଠନ କରିଛନ୍ତି।

wp:embed {"url":"https://www.prameyanews7.com/hamas-frees-16-hostages-to-israel-as-talks-seek-to-extend-gaza-truce/","type":"wp-embed","providerNameSlug":"prameya-news-7"}
https://www.prameyanews7.com/hamas-frees-16-hostages-to-israel-as-talks-seek-to-extend-gaza-truce/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.