ଗଦି ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

Published By : Prameya-News7 Bureau | October 30, 2022 IST

କଣ୍ଟାବାଞ୍ଜି, ୩୦/୧୦: କଣ୍ଟାବାଞ୍ଜି ଅନ୍ତର୍ଗତ ୩ ନମ୍ବର ରୋଡ଼ରେ ଥିବା ବଂଜରଙ୍ଗ ଅଗ୍ରୱାଲଙ୍କ ଗଦି ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ସର୍ଟସର୍କିଟ ଯୋଗୁଁ ନିଆ ଲାଗିଥିବା ସନ୍ଦେହ କରାଯାଉଛି । ଗୋଦାମ ନିକଟର ଆଖପାଖ ଲୋକେ ପ୍ରଥମେ ଧୁଆଁ ବାହାରୁ ଥିବା ଦେଖି ଗୋଦାମ ମାଲିକଙ୍କୁ ଖବର ଦେଇଥିଲେ । ସେତେବେଳକୁ ନିଆଁ ଚାରିଆଡେ଼ ବ୍ୟାପି ଯାଇଥିଲା । ସ୍ଥାନୀୟ ଲୋକେ କଣ୍ଟାବାଞ୍ଜି ଦମକଳ ବାହିନୀକୁ ଖବର ଦେଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଯେହେତୁ ଏହା ଏକ ଗଦି ଗୋଦାମ ଓ ତୁଳା ଗୋଦାମ ହୋଇଥିବାରୁ ନିଆଁ ଶୀଘ୍ର ଚାରିଆଡ଼େ ବ୍ୟାପିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.