ଫାଇନାନ୍ସ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ : ଜଳିପୋଡି ପାଉଁଶ ହୋଇଗଲା ଆସବାବପତ୍ର ସହ ରେକର୍ଡପତ୍ର

Published By : Prameya-News7 Bureau | May 17, 2024 IST

ବାଲେଶ୍ବର ୧୭।୫: ବାଲେଶ୍ବର ରେମୁଣା ଗୋଲେଇ ସ୍ଥିତ ଅନ୍ନପୂର୍ଣ୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡରେ କାର୍ଯ୍ୟାଳୟର ବହୁ ଗୁରୁତ୍ବପୂର୍ଣ୍ଣ ଆସବାବପତ୍ର ଓ ରେକର୍ଡପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି ।  ସୌଭାଗ୍ୟ ବଶତଃ ଏହି ଦୁର୍ଘଟଣାରେ କୌଣସି କର୍ମଚାରୀଙ୍କର କିଛି କ୍ଷତି ହୋଇନାହିଁ ।  ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି ଅନୁମାନ କରାଯାଉଛି । 

ଚାହୁଁଚାହୁଁ ନିଆଁ ସମ୍ପୂର୍ଣ୍ଣ କାର୍ଯ୍ୟାଳୟକୁ ବ୍ୟାପିଯାଇଥିଲା   । ଖବର  ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । କାର୍ଯ୍ୟାଳୟର ଏସି, କମ୍ପ୍ୟୁଟର, ବହୁ ଆସବାବପତ୍ର ସମେତ ଅଫିସ ଫାଇଲ ପତ୍ର ଜଳିଯାଇଛି ।

You Can Read :

ଆସନ୍ତା ୧୯ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ : ପୁରୀରେ ରୋଡ୍ ଶୋ’, କଟକରେ କରିବେ ଜନସଭା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.