ଇନଭର୍ଟରରୁ ଲାଗିଲା ନିଆଁ, ସାମଗ୍ରୀ ସହ ପୋଡ଼ିଗଲା ୫୦ ହଜାର ଟଙ୍କା
3/01/2023 at 11:03 PM

ନୀଳଗିରି ୩/୧:ନୀଳଗିରି ଏନଏସି ଅଫିସ ସମ୍ମୁଖରେ ଥିବା ଏକ ମୋଦିକେୟାର ସେଣ୍ଟରରେ ନିଆଁ ଲାଗି ବ୍ୟାପକ ସାମଗ୍ରୀ ସହ ୫୦ ହଜାର ଟଙ୍କା ପୋଡି ହୋଇଯାଇଥିବା ଜଣାପଡିଛି। ମଙ୍ଗଳବାର ସକାଳେ ଏହି ସେଣ୍ଟରରୁ ଧୂଆଁ ବାହାରୁଥିବା ଦେଖି ମାଲିକ ଧବଳେଶ୍ବର ନନ୍ଦ ସଟର ଖୋଲିଥିଲେ।ଦେଖିବା ବେଳକୁ ଇନଭେଟରରୁ ନିଆଁ ଲାଗିଥିବା ବେଳେ ବ୍ୟାଟେରୀ ମଧ୍ୟ ଫାଟି ପୋଡି ଯାଇଥିଲା। ପାଖରେ ଥିବା ୫୦ ହଜାର ଟଙ୍କା ଓ ମୋଦିକେୟାରର ବିଭିନ୍ନ ସାମଗ୍ରୀ ପୋଡିହୋଇଥିବା ଜଣାପଡିଛି । ନୀଳଗିରି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।
Related Posts
ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ, ପୋଲିସ ଖୋଜୁଛି କାରଣ
28 January 2023
ଖଣ୍ଡଗିରି ପୋଲିସକୁ ସଫଳତା, ୫ ପେସାଦାର ଅପରାଧୀ ଗିରଫ
28 January 2023