ମୁମ୍ବାଇର କ୍ରିଷ୍ଟାଲ ଟାୱାର ବିଲଡିଂ ଅଗ୍ନିକାଣ୍ଡ ; ନିଆଁରେ ପୋଡି ୪ ମୃତ
22/08/2018 at 12:54 AM

ମୁମ୍ବାଇର ହିନ୍ଦମାତା ପରେଲସ୍ଥିତ କ୍ରିଷ୍ଟାଲ ଟାୱାର ବିଲଡିଂର ଦ୍ବାଦଶ ମହଲାରେ ଅଗ୍ନିକାଣ୍ଡ। ନିଆଁରେ ପୋଡି ଯାଇ ୪ ମୃତ। ଘଟଣାସ୍ଥଳରୁ ମୃତଦେହଗୁଡିକୁ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ୬୨ ବର୍ଷୀୟା ମହିଳା ଯାହାଙ୍କ ନାଁ ସୁଭଦ୍ରା ସାଲକେ ଏବଂ ୩ ଜଣ ବ୍ୟକ୍ତି। ବିଲଡିଂରେ ଫସି ରହିଥିବା ଲୋକାମାନଙ୍କୁ କ୍ରେନଯୋଗେ ସୁରକ୍ଷିତ ଭାବେ ବାହାରକୁ ଅଣାଯାଉଛି। ୧୦ ଜଣ ଲୋକ ଓ ୬ ଜଣ ମହିଳାଙ୍କୁ ସ୍ଥାନୀୟ କେମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ତାଙ୍କ ଅବସ୍ଥା ଏବେ ଠିକ ଥିବା ଜଣାପଡିଛି | ୨୦ଟି ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଅଗ୍ନିକାଣ୍ଡଯୋଗୁ କେହି ଆହତ ହୋଇଥିବା ସୂଚନା ମିଳିନି। ଆଜି ସକାଳ ପ୍ରାୟ ସାଢେ ଆଠଟାବେଳେ ଅଗ୍ନିକାଣ୍ଡ ନେଇ ଅଗ୍ନିଶମ ବିଭାଗକୁ ସୂଚନା ମିଳିବାପରେ ତୁରନ୍ତ ନିଆଁଲିଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡିନି। ଦାଦରର ଆବାସିକ ଅଞ୍ଚଳରେ କ୍ରିଷ୍ଟାଲ ଟାୱାର ବିଲ୍ଡିଂରେ ୧୭ଟି ମହଲା ଅଛି। ନିଆଁକୁ ବର୍ତ୍ତମାନ ଆୟତ୍ତ କରାଯାଇଥିବା ସୂଚନା ମିଳିଛି |