ମୁମ୍ବାଇର ହିନ୍ଦମାତା ପରେଲସ୍ଥିତ କ୍ରିଷ୍ଟାଲ ଟାୱାର ବିଲଡିଂରେ ଅଗ୍ନିକାଣ୍ଡ ; ୪ ମୃତ,୧୬ ଆହତ
22/08/2018 at 4:00 AM

ମୁମ୍ବାଇର ହିନ୍ଦମାତା ପରେଲସ୍ଥିତ କ୍ରିଷ୍ଟାଲ ଟାୱାର ବିଲ୍ଡିଂର ଦ୍ବାଦଶ ମହଲାରେ ଅଗ୍ନିକାଣ୍ଡ । ନିଆଁରେ ପୋଡି ଯାଇ ୪ ମୃତ,୧୬ ଆହତ। ଗୁରୁତରଅବସ୍ଥାରେ ୨୦ ଜଣଙ୍କୁ ନିକଟସ୍ଥ କେମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସମାନଙ୍କ ମଧ୍ୟରୁ ୪ଜଣଙ୍କ ର ଚିକିତ୍ସାଧାନ ଅବସ୍ଥାରେ ମୃତ୍ୟୁ ହୋଇଛି। ବାକି ୧୬ ଜଣ ଆହତମାନଙ୍କୁ ମଧ୍ୟରୁ ୬ ଜଣଙ୍କର ଅବସ୍ଥା ସ୍ଥିର ରହିଥିବାବେଳେ ଅନ୍ୟମାନଙ୍କର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଉଛି। ଆଜି ସକାଳ ଆଠଟା ୫୫ ମିନିଟରେ ବିଲ୍ଡିଂର ନିଆଁ ଲାଗିଥିଲା। ଖବରପାଇଁ ୨୦ଟି ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ଦେଢ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରି ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ। ବିଲ୍ଡିଂର ଆଉ କିଛି ଲୋକ ଫସି ରହିଥିବା ନେଇ ଅଗ୍ନିଶମ ବିଭାଗ ଅପରେସନ ଜାରି ରଖିଛି। ୧୭ ମହଲା ବିଶିଷ୍ଟ ଏହି ବିଲ୍ଡିଂର ଉପର ମହଲାରେ ଫସି ରହିଥିବା କିଛି ଲୋକଙ୍କ କ୍ରେନ ଯୋଗେ ସୁରକ୍ଷିତଭାବେ ବାହାରକୁ ଅଣାଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡିନି। ଦାଦରର ଆବାସିକ ଅଞ୍ଚଳରେ କ୍ରିଷ୍ଟାଲ ଟାୱାର ବିଲ୍ଡିଂରେ ୧୭ଟି ମହଲା ଅଛି।