ଭୁବନେଶ୍ବର ହାଇଟେକ୍ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ; ଅଗ୍ନିଶମବାହିନୀ ଦ୍ବାରା ନିଆଁ ଆୟତ
Published By : Prameya-News7 Bureau | October 29, 2018 IST
ଭୁବନେଶ୍ବର ୨୯|୧୦: ଭୁବନେଶ୍ବର ହାଇଟେକ୍ ମେଡିକାଲ କଲେଜରେ ଅଗ୍ନିକାଣ୍ଡ । ମେଡିକାଲର ଫିଜିଓଥେରାପି ବିଭାଗରେ ନିଆଁ ଲାଗିଛି । ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛି। ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।