ହୁତ ହୁତ ଜଳିଲା ଫ୍ୟାକ୍ଟ୍ରି; ଖବର ପାଇଁ ପହଞ୍ଚିଲା ଅଗ୍ନିଶମ ବାହିନୀ
8/01/2023 at 4:35 PM

ନୂଆଦିଲ୍ଲୀ: ହଠାତ ଜଳିଉଠିଲା ଫ୍ୟାକ୍ଟ୍ରି। ଚାହୁଁ ଚାହୁଁ ଆକାଶଟା ଧୂଆଁମୟ ହୋଇଗଲା। ପୂରା ଏରିଆ କଳା ଧୂଆଁରେ ପରିଣତ ହୋଇଗଲା। ସ୍ଥାନୀୟ ଲୋକଙ୍କ ଦେଖିବା ପରେ ଏହା ଦିଲ୍ଲୀ ଓଖଲା ଫେଜ୍-୧ର ଥିବା ଏକ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ ଲାଗିଛି ବୋଲି ଜଣାପଡ଼ିଥିଲା। ରବିବାର ଦିନ ପାଖାପାଖି ସାଢ଼େ ୧୧ଟା ସମୟରେ ଏହି ନିଆଁ ଲାଗିଥିବା। ଏହାପରେ ଦିନ ପ୍ରାୟ ୧୨.୩୦ରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା।
ଖବର ପାଇଁ ତୁରନ୍ତ ଘଟଣା ସ୍ଥଳରେ ୧୬ ଟି ନିଆ ଲିଭା ଗାଡ଼ି ନେଇ ପହଞ୍ଚିଥିଲା ନିଆଁ ଲିଭାଇାକୁ ଚେଷ୍ଟା କରିଥିଲା। ତେବେ ବର୍ତ୍ତମାନ ସୁଧା ମିଳିଥିବା ଖବର ଅନୁସାରେ ଏହି ଅଗ୍ନିକାଣ୍ଡରେ କାହାରି ବି ମୃତ୍ୟୁ ହୋଇ ନାହିଁ। ଘଟଣା ସ୍ଥଳରେ ପୁଲିସ ମୁତୟନ କରାଯାଇଛି ଥିବା ସୂଚନା ମିଳିଛି। ବର୍ତ୍ତମାନ କାଜୁଆରିଲିଟି ନେଇ କୌଣଶି ଖବର ନଥିବା ବେଳେ କାଜୁଆଲୀଟ ହୋଇପାରେ ବୋଲି ଡାକ୍ତର କହିଛନ୍ତି।