ହାଇଦ୍ରାବାଦ ପ୍ରଦର୍ଶନୀ ପାର୍କିଂରେ ଅଗ୍ନିକାଣ୍ଡ, ୩ଟି ଈଭି କାର୍ ଜଳି ଭଷ୍ମୀଭୂତ

Published By : Prameya-News7 Bureau | January 22, 2023 IST

ହାଇଦ୍ରାବାଦ: ତେଲଙ୍ଗାନା ନୁମାଇସ୍ ପ୍ରଦର୍ଶନୀ ଗ୍ରାଉଣ୍ଡ ପାର୍କିଂ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଇଲେକ୍ଟ୍ରିକ୍ କାର୍‌ରେ ନିଆଁ ଲାଗିବା ଯୋଗୁ ଜଳି ଭଷ୍ମୀଭୂତ ହୋଇଛି । ଏହାଛଡ଼ା ପାର୍କିଂ ସ୍ଥଳରେ ଥିବା ଅନେକ କାର୍ ମଧ୍ୟ ଜଳି ପାଉଁଶ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ସର୍ଟସର୍କିଟ୍ ଯୋଗୁ କାର୍ ନିଆଁ ଲାଗିଥିବା କୁହାଯାଉଛି ।  

ଶନିବାର ସଂଧ୍ୟାରେ ନୁମାସିସ୍ ପ୍ରଦର୍ଶନୀ ପାର୍କିଂରେ ଇଭି କାର୍ ଗୁଡ଼ିକ ଛିଡ଼ା ହୋଇଥିବା ବେଳେ ହଠାତ୍ ନିଆଁ ଗୋଟିଏ କାରରେ ନିଆଁ ଲାଗିଯାଇଥିଲା । ଏହାପରେ ତୁରନ୍ତ ପାଖରେ ଥିବା ଗାଡ଼ିଗୁଡ଼ିକ ନିଆଁର ଆଁ ଭିତରକୁ ଆସିଥିଲା । ଏଥିରେ ମୋଟ୍ ୬ଟି ଗାଡ଼ି ନଷ୍ଟ ହୋଇଛି । ୩ଟି ଇଭି କାର୍ ଜଳି ଭଷ୍ମୀଭୂତ ହୋଇଛି ବୋଲି ସୂଚନା ଦେଇଛନ୍ତି ଏବିଡ୍ସ ଥାନା ଅଧିକାରୀ ବି. ପ୍ରସାଦ ରାଓ ।

{"id":736170,"width":790,"height":895,"sizeSlug":"full","linkDestination":"none"}

ଏହା ପୂର୍ବରୁ ୨୦୨୨ରେ ଏକ ଇଲେକ୍ଟ୍ରିକ୍ ସ୍କୁଟି ବିସ୍ଫୋରଣ ହୋଇଥିଲା । ସେହିପରି ହାଇଦ୍ରାବାଦରେ ଏକ ଇଭି ବାଇକ୍ ସୋ-ରୁମରେ ଭୟଙ୍କର ନିଆଁ ଲାଗିଥିଲା । ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା ।

ପେଟ୍ରୋଲ୍ ଓ ଡିଜେଲ ଚାଳିତ ଗାଡ଼ି ଇଞ୍ଜିନ ନିଜର ବିଶ୍ବସନୀୟତାକୁ ନେଇ ଚରମ ସୀମାରେ ପହଞ୍ଚିଥିବାବେଳେ ଇଲେକ୍ଟ୍ରିକ୍ ଯାନ ଗୁଡ଼ିକ ଏହାର ସମକକ୍ଷ ହେବାକୁ ଚେଷ୍ଟା ଚଳାଇଛନ୍ତି । ଫଳରେ ବ୍ୟାଟେରୀ ଚାଳିତ ଯାନ ଗୁଡ଼ିକରେ ନିଆଁ ଲାଗିଯାଉଛି । କମ୍ପାନୀ ଗାଡ଼ି ନିର୍ମାଣରେ ଏବଂ ଡିଜାଇନକୁ ବିକଶିତ କରୁନଥିବାରୁ ଏଭଳି ଏହେଉଥିବା ଦେଖିବାକୁ ମିଳୁଛି ।

ଆଧିକାଂଶ ବ୍ୟାଟେରୀ ଗାଡ଼ିରେ ନିଆଁ ଲାଗିଯାଇଥିବାରୁ, ଏହାକୁ ନେଇ ଚିନ୍ତିତ ରହିଛନ୍ତି କେନ୍ଦ୍ର ସରକାର । ଏନେଇ ପରବିହନ ଓ ରାଜପଥ ମନ୍ତ୍ରଣାଳୟ ଏକ ସ୍ବତନ୍ତ୍ର ଗାଇଡ୍ ଲାଇନ୍ ଆଣିଛି । ବ୍ୟାଟେରୀ ପ୍ଯାକିଂ ଡିଜାଇନ୍, ଅନ ବୋର୍ଡ ଚାର୍ଜର ଓ ଓ୍ବାଇରିଂ ଉପରେ ବିଶେଷ ଧ୍ୟାନ ଦିଆଯିବାକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.