Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫାର୍ମା କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ, ୪ ଜୀବନ୍ତ ଦଗ୍ଧ

27/12/2022 at 8:36 AM

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ଫାର୍ମା କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ । ଔଷଧ କାରଖାନା ଲ୍ୟାବରେ ନିଆଁ ଲାଗିବା ଯୋଗୁ ୪ଜଣଙ୍କ ମୃତ୍ୟୁ ହୋଇଛି । ସୋମବାର ସନ୍ଧ୍ୟା ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି ।

ସୂଚନା ଅନୁଯାୟୀ, ଅନାକାପଲ୍ଲୀ ଅଞ୍ଚଳରେ ଥିବା ପରଓ୍ବାଡ଼ା ଲୈରେସ୍ ଫର୍ମା କମ୍ପାନୀରେ ଏହି ଅଗ୍ନିକାଣ୍ଡ ଘଟିଥିଲା  । ହଠାତ୍ କାରଖାନାରେ ନିଆଁ ଲାଗିବା ଯୋଗୁ ଏତେ ତେଣେ ଧାଇଁବାକୁ ଲାଗିଥିଲେ ଲୋକ । ଏହି ଭୟଙ୍କର ଅଗ୍ନିକାଣ୍ଡରେ ୪ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହା ସହିତ ଅନେକ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଅଗ୍ନିଶମ ବାହିନୀରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଇଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

ଭୟଙ୍କର ଅଗ୍ନିକାଣ୍ଡକୁ ନେଇ ମର୍ମାହତ ହୋଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ। ସେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ୨୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଅନ୍ୟପଟେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଗୁରୁତରଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରିବା ନେଇ କହିଛନ୍ତି ଆନ୍ଧ୍ରପ୍ରଦେଶ ଉଦ୍ୟୋଗ ମନ୍ତ୍ରୀ ଅମରନାଥ ପ୍ରତି ପରିବାରକୁ  ରାଶି ଘୋଷଣା କରିଛନ୍ତି । ଅଗ୍ନିକାଣ୍ଡର କାରଣ ଜାଣିବାକୁ ସରକାରଙ୍କ ପକ୍ଷରୁ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି ।    

   Related Posts