ପଟାଣା: ନୂଆଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସରେ ନିଆଁ । ହୁତୁ ହୁତୁ ହୋଇ ଜଳୁଛି ଟ୍ରେନ୍ । ଗୋଟିଏ ବଗିରେ ନିଆଁ ଲାଗିଛି । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଚଳାଇଛନ୍ତି । ବିହାରର ସରାୟ ଭୂପତ୍ତ ଷ୍ଟେସନ ନିକଟରେ ଟ୍ରେନରେ ନିଆଁ ଲାଗିଛି । ତେବେ କେମିତି ନିଆଁ ଲାଗିଲା, କାରଣ ଅସ୍ପଷ୍ଟ ରହିଛି ।
wp:embed {"url":"https://www.prameyanews7.com/rbi-directs-bajaj-finance-to-stop-lending-via-ecom-and-insta-emi-card-products/","type":"wp-embed","providerNameSlug":"prameya-news-7"} /wp:embedସୂଚନା ଅନୁଯାୟୀ, ନୂଆଦିଲ୍ଲୀରୁ ଦରଭଙ୍ଗା ଯାଉଥିବା ଦିଲ୍ଲୀ-ଦରଭଙ୍ଗା କ୍ଲୌନ ଏକ୍ସପ୍ରେସ ଟ୍ରେନ୍ ନଂ ୦୨୫୭୦ର ୩ଟି ବଗିରେ ନିଆଁ ଲାଗିଛି । ଇଟାଓ୍ବାର ସରାୟ ଗୁପ୍ତ ରେଲଓ୍ବେ ଷ୍ଟେସନ ନିକଟରେ ଦୁର୍ଘଟଣା ହୋଉଛି । ଛଟ୍ପୂଜା ପର୍ବ ପାଇଁ ୩ଟି ବଗିରେ ଯାତ୍ରୀ ଭର୍ତ୍ତି ହୋଇ ଘରକୁ ଫେରୁଥିଲେ । ଟ୍ରେନରେ ଅଗ୍ନିକାଣ୍ଡ ପରେ ପ୍ରାୟ ୨୫୦କୁ ଅଧିକ ଯାତ୍ରୀଙ୍କ ଲଗେଜ୍ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନୀ ହୋଇନଥିବା ସୂଚନା ମିଳିଛି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଛି । ଅନ୍ୟପଟେ ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି । ତେବେ କେଉଁ ଟ୍ରେନରେ ନିଆଁ ଲାଗିଲା ତାହାର କାରଣ ଖୋଜୁଛି ଆରପିଏଫ୍ ।