oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଦିଲ୍ଲୀ ଉପହାର ସିନେମାରେ ପୁଣି ଅଗ୍ନିକାଣ୍ଡ, ୧୯୯୭ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୫୯ ଜଣ ଦର୍ଶକ

17/04/2022 at 7:02 PM

ନୂଆଦିଲ୍ଲୀ ୧୭।୪: ଦିଲ୍ଲୀ ଉପହାର ସିନେମାରେ ରବିବାର ପୁଣି ଅଗ୍ନିକାଣ୍ଡ ହୋଇଛି। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହେବାର ସୂଚନା ନାହିଁ। ସୂଚନା ଅନୁସାରେ ସିନେମା ହଲ ହତାରେ ଗଦା ହୋଇ ରହିଥିବା ସିଟ୍ ଓ ଫର୍ଣ୍ଣିଚର ଗଦାରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ସୂଚନା ପାଇ ତୁରନ୍ତ ଦମକଳ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଆରମ୍ଭ କରାଯାଇଥିଲା।

ନିଆଁକୁ ଆୟତ୍ତ କରିବା ଲାଗି ଘଟଣା ସ୍ଥଳକୁ ୯ଟି ଦମକଳ ଗାଡି ପହଞ୍ଚିଥିଲେ। ନିଆଁ ବେଶ ଦୂରକୁ ଦେଖା ଯାଉଥିଲା। ମାତ୍ର କିଛି ଘଣ୍ଟାରେ ଦମକଳ ବିଭାଗ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଦେଇଛନ୍ତି। ଭୋର ପ୍ରାୟ ସାଢେ ୪ଟା ବେଳେ ପ୍ରେକ୍ଷାଳୟରେ ନିଆଁ ଲାଗିଥିବାର ସୂଚନା ମିଳିଥିଲା। ସେହି ଅନୁସାରେ ଦମକଳଗାଡିମାନେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସକାଳ ପ୍ରାୟ ସାଢେ ୭ଟା ବେଳକୁ ନିଆଁ ଲିଭିଥିଲା।

୧୯୯୭ ମସିହାରେ ଏହି ପ୍ରେକ୍ଷାଳୟରେ ନିଆଁ ଲାଗିଥିଲା। ଭରା ପ୍ରେକ୍ଷାଳୟରେ ନିଆଁ ଲାଗିବା ଯୋଗୁ ସେତେବେଳେ ହଲରେ ବସି ଫିଲ୍ମ ଦେଖୁଥିବା  ଶତାଧିକ ଲୋକେ ଆହତ ହୋଇଥିବା ବେଳେ ୫୯ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ରବିବାର ପ୍ରତ୍ୟୁଷରେ ହଲର ବାଲକୋନୀ ଓ ପ୍ରଥମ ମହଲାରେ ନିଆଁ ଲାଗିଥିଲା ବୋଲି ଦମକଳ ବିଭାଗ କର୍ମଚାରୀମାନେ କହିଛନ୍ତି। ନିଆଁ କିପରି ଲାଗିଲା ତାହା ଜଣାପଡି ନାହିଁ। ତେବେ ମାମଲାର ତଦନ୍ତ ଜାରି ରହିଛି।  

   Related Posts