ରେଳଓ୍ବେ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୨୦ ବଖରା ଘର

Published By : Prameya-News7 Bureau | December 14, 2022 IST

କୋଲକାତା, ୧୪/୧୨: ପଶ୍ଚିମବଙ୍ଗ ନର୍ଥ ୨୪ ପରଗଣାରେ ଥିବା ଏକ ରେଲଓ୍ବେ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ। ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଘର ଅଗ୍ନିକାଣ୍ଡରେ ଜଳିପୋଡ଼ି ଧ୍ବଂସ ହୋଇଯାଇଛି। ଏହି ଅଗ୍ନିକାଣ୍ଡ ସନ୍ଧ୍ୟା ୪.୩୦ ସମୟରେ ହାବ୍ରା ନଗର ନିଗମର ଓ୍ବାର୍ଡ ନଂ ୧୭ ରେ ହୋଇଥିଲା। ତେବେ ଘଟଣା ସ୍ଥଳରେ ତିନି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସ୍ଥାନୀୟ ଲୋକଙ୍କ ଅନୁଯାୟୀ ଅଗ୍ନିକାଣ୍ଡ ପୂର୍ବରୁ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ହୋଇଥିଲା। ତେବେ ଘଟଣାରେ ମୃତାହତ ନେଇ ସୂଚନା ମିଳିନାହିଁ। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ବନଗାଓଁ ଏବଂ ସିଆଲଦା ମଧ୍ୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.