oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ପ୍ରୟାଗରାଜ ମାଘ ମେଳାରେ ଅଗ୍ନିକାଣ୍ଡ, ଜଳିଗଲା ୧୨ରୁ ଅଧିକ ତମ୍ବୁ

13/02/2021 at 10:01 PM

ପ୍ରୟାଗରାଜ ୧୩।୨: ପ୍ରୟାଗରାଜ ମାଘମେଳାରେ ଶନିବାର ଭିଷଣ ଦୁର୍ଘଟଣା ଘଟିଛି। ସେକ୍ଟର ନମ୍ବର ୪ରେ ଅଚାନକ ନିଆଁ ଲାଗି ୧୨ରୁ ଅଧିକ ତମ୍ବୁ ଜଳିଯାଇଛି। ତେବେ ଦୁର୍ଘଟଣାରେ ହତାହତଙ୍କୁ ନେଇ କୌଣସି  ସୂଚନା ମିଳି ନାହିଁ। ମେଳା ପ୍ରଶାସନ ବସନ୍ତ ପଞ୍ଚମୀ ସ୍ନାନ ଲାଗି ପ୍ରସ୍ତୁତି ଚଳାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ମୌନୀ ଅମାବାସ୍ୟା ପରେ ମେଳାଙ୍କୁ ଲୋକଙ୍କ ଆଗମନ ବଢିବାରେ ଲାଗିଛି। ଏଥିରେ ଅଗ୍ନିକାଣ୍ଡ ଏବେ ଅବସ୍ଥାନ କରୁଥିବା ଲୋକଙ୍କୁ  ଆତଙ୍କିତ କରିଛି। ଏଠାକୁ ମୌନୀ ଅମାବାସ୍ୟାରେ ଆସିଥିବା ଲୋକେ ବସନ୍ତ ପଞ୍ଚମୀ ସ୍ନାନ ସାରି ଫେରିବେ। ଏଣୁ ମେଳାରେ ଏବେ ପ୍ରବଳ ଜନଗହଳି ଲାଗି ରହିଛି।

ନିଆଁ ଲାଗିବା ପରେ ବିକରାଳ ରୂପ ଧାରଣ କରିଥିଲା। ଦେଖୁ ଦେଖୁ ଗୋଟିଏ ପରେ ଗୋଟିଏ ତମ୍ବୁ ଜଳିବାରେ ଲାଗିଥିଲା। ଅଗ୍ନିକାଣ୍ଡ ସୂଚନା ପାଇ ମେଳା ସ୍ଥଳରେ ମୁତୟନ ଦମକଳ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଚଳିତବର୍ଷ ମାଘ ମେଳାରେ ଏହା ପ୍ରଥମ ଅଗ୍ନି ଦୁର୍ଘଟଣା ନୁହେଁ। ମେଳା ଆରମ୍ଭ ହେବା ପରେ ପରେ ଦୁଇଟି ଅଗ୍ନିକାଣ୍ଡ ଘଟିସାରିଛି। ପ୍ରଥମ ଅଗ୍ନିକାଣ୍ଡ ତ୍ରିବେଣୀ ରୋଡ ସ୍ଥିତ ବିଶ୍ୱପ୍ରେମ ମିସନ କ୍ୟାମ୍ପରେ ହବନ ବେଳେ ହୋଇଥିଲା।

   Related Posts