କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ: ଜଳିଗଲା କମ୍ପ୍ୟୁଟର ସମେତ ଇଲେକ୍ଟ୍ରିକାଲ ଉପକରଣ
16/09/2023 at 11:11 PM

ଭୁବନେଶ୍ବର: କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ। ଜଳିଗଲା କମ୍ପ୍ୟୁଟର ସମେତ ଇଲେକ୍ଟ୍ରିକାଲ ଉପକରଣ । ନୟାପଲ୍ଲୀ ଥାନା ଅନ୍ତର୍ଗତ ଏନ୍୬ ଅଞ୍ଚଳରେ ଥିବା ଶ୍ରୀ ଜଗନ୍ନାଥ ଏକାଡେମି ଫର୍ ଏକ୍ସିଲେନ୍ସି କୋଚିଂ ସେଣ୍ଟରରେ ହୋଇଛି ଏହି ଅଗ୍ନିକାଣ୍ଡ। ତେବେ ନୟାପଲ୍ଲୀ ପୋଲିସ୍ ସମେତ ଦମକଳ ବାହିନୀର ନିଆଁ ଲିଭାଇବା କାର୍ଯ୍ୟ ତ୍ବରାନ୍ବିତ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସର୍ଟ ସର୍କିଟ ଯୋଗୁଁ କୋଚିଂ ସେଣ୍ଟରରେ ନିଆଁ ଲାଗିଥିଲା। ଫଳରେ ବିଲ୍ଡିଂର ଦୁଇ ମହଲାରେ ଥିବା ସମସ୍ତ କମ୍ପ୍ୟୁଟର ଓ ଇଲେକ୍ଟ୍ରିକାଲ ଉପକରଣ ଜଳିପୋଡ଼ି ପାଉଁଶ ହୋଇଛି। ଘଟଣା ସ୍ଥଳରେ ସେକ୍ରେଟେରିଏଟ୍ ଦମକଳ ଟିମ୍ ଓ ପୋଲିସ୍ ପହଞ୍ଚି କାର୍ଯ୍ୟ ତ୍ବରାନ୍ବିତ କରିଥିବା ବେଳେ କେହି ଆହତ ହୋଇନାହାନ୍ତି।
ଆହୁରି ପଢ଼ନ୍ତୁ: ମଶା ଧୂଆଁରୁ ଅଗ୍ନିକାଣ୍ଡ, ଗାଈ ଓ ବାଛୁରୀ ଜୀବନ୍ତ ଦଗ୍ଧ