ଦେଶରେ ୨୪ ଘଣ୍ଟାରେ ଚତୁର୍ଥ ଦୁର୍ଘଟଣା: ଏବେ ନାସିକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ୧୦ ଦମକଳ ଗାଡି

Published By : Prameya-News7 Bureau | May 07, 2020 IST

ନାସିକ ୦୭।୦୫: ଗୁରୁବାର ଦିନଟି ଦେଶ ପାଇଁ ଦୁର୍ଭାଗ୍ୟଭରା ସାବ୍ୟସ୍ତ ହୋଇଛି। ୨୪ ଘଣ୍ଟା ଭିତରେ ଦେଶରେ ୪ଟି ବଡ ଦୁର୍ଘଟଣା ଘଟିଛି। ସଦ୍ୟତମ ଦୁର୍ଘଟଣା ମହାରାଷ୍ଟ୍ରର ନାସିକରେ ଘଟିଛି।  ନାସିକ ଜିଲ୍ଲାର ସାଟନପୁର ଅଞ୍ଚଳରେ ଏକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହା ପୂର୍ବରୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା, ଛତିଶଗଡର ରାୟଗଢ ଓ ତାମିଲନାଡୁର ନେଭେଲିରେ ଦୁର୍ଘଟଣା ଘଟିଛି।

ନାସିକର ଏହି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଏତେ ଭୟାନକ  ହୋଇଛି ଯେ, ନିଆଁକୁ ଆୟତ୍ତ କରିବା ପାଇଁ ଫାୟର ବ୍ରିଗେଡ୍‌ର ୧୦ ଗାଡି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସଂପ୍ରତି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଘଟଣାରେ କେତେ ମୃତାହତ ଓ କ୍ଷୟକ୍ଷତି କେତେ ଘଟିଛି ଏହାର ସୂଚନା ମିଳିନାହିଁ।

wp:core-embed/twitter {"url":"https://twitter.com/ANI/status/1258420966394228737","type":"rich","providerNameSlug":"twitter","className":""}
https://twitter.com/ANI/status/1258420966394228737
/wp:core-embed/twitter

ଏହା ପୂର୍ବରୁ ଆଜି ଦେଶରେ ତିନୋଟି ବଡ ଦୁର୍ଘଟଣା ଘଟି ସାରିଛି। ସକାଳେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଗ୍ୟାସ୍‌ ଲିକ୍‌ ଦୁର୍ଘଟଣା ପରେ ଅପରାହ୍ନରେ ଛତିଶଗଡର ରାୟଗଢରେ ପେପର ମିଲ୍‌ରେ ଦୁର୍ଘଟଣା ଘଟିଥିଲା। ବିଶାଖାପାଟଣାରେ ଏକ ପଲିମର ଫ୍ୟାକ୍ଟ୍ରିରେ  ବିଷାକ୍ତ ଗ୍ୟାସ୍ ନିର୍ଗତ ହେବା ପରେ ୧୧ ଜଣଙ୍କ ମୃତ୍ୟୁ ଘଟିବା ସହିତ ଶତାଧିକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଛତିଶଗଡର ରାୟଗଢରେ ଏକ ପେପର ମିଲ୍‌ରେ ଗ୍ୟାସ୍‌ ଲିକ୍ ହେବା ଫଳରେ ସାତ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ରାୟପୁର ସ୍ଥାନାନ୍ତର କରାଯାଇଛି।

ସେହି ପରି ତାମିଲନାଡୁର ତାମିଲନାଡୁର ନେଭେଲିରେ ବୟଲର ଫାଟିବାରୁ ସାତ ଜଣ ଆହତ ହୋଇଛନ୍ତି। ରାଜ୍ୟର କୁଡ୍ଡାଲୋର  ଜିଲ୍ଲାର ନେଭେଲି ଲିଗ୍‌ନାଇଟ୍‌ କର୍ପୋରେସନ ଲିମିଟେଡ୍‌ର ପ୍ଲାଣ୍ଟରେ ଏହି ଦୁର୍ଘଟଣା ଘଟିଛି। ବିସ୍ଫୋରଣରେ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.