ସୁପରମାର୍କେଟରେ ନିଆଁ ତିନି ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | October 21, 2019 IST

ସାଣ୍ଟିଆଗୋ - ଚିଲିର ରାଜଧାନୀ ସାଣ୍ଟିଆଗୋରେ ଥିବା ଏକ ସୁପରମାର୍କେଟରେ ନିଆଁ ଲାଗିବା ଯୋଗୁଁ ତିନିଜଣଙ୍କର ମୃତ୍ୟୁ ହୋଇଛି । କିଛି ବିକ୍ଷୋଭ ପ୍ରଦର୍ଶନକାରୀ ଏହି ସୁପରମାର୍ଟେଟରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ସୁପରମାର୍କେଟରେ ନିଆଁ ସହ ଧୂଆଁ ଖେଳିଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

ସାଣ୍ଟିଆଗୋରେ ହିଂସାପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯିବାରୁ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି । ସେନାକୁ ସ୍ଥିତି ନିୟନ୍ତ୍ରଣ ପାଇଁ ଡକାଯାଇଛି ।

ବିଭିନ୍ନ ସରକାରୀ ପରିବହନ ବ୍ୟବସ୍ଥାରେ ଟଙ୍କା ବୃଦ୍ଧିକୁ ବିରୋଧ କରି ବିରୋଧ ପ୍ରଦର୍ଶନ କରାଯାଉଛି । ଏବେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହଁମୁହିଁ ପରିସ୍ଥିତି ଦେଖା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.