ତ୍ରିଷା କ୍ରିଷ୍ଣନଙ୍କ ଉପରେ ବୟାନବାଜି କରି ଅଡ଼ୁଆରେ ଅଭିନେତା, ରୁଜୁ ହେଲା ମାମଲା

Published By : Prameya-News7 Bureau | November 22, 2023 IST

ନୂଆଦିଲ୍ଲୀ: ଅଭିନେତ୍ରୀ ତ୍ରିଷା କ୍ରିଷ୍ଣନଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇ ବେଶ୍‌ ବିବାଦରେ ଅଭିନେତା ମନସୁର ଅଲି ଖାନ୍‌। ବିବାଦକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ମାମଲା ଏବେ ଆହୁରି ସରଗରମ ମଧ୍ୟ ହୋଇଛି। କାରଣ ତାମିଲନାଡୁ ପୋଲିସ ଏବେ ମନସୁରଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି।

ରିପୋର୍ଟ ଅନୁଯାୟୀ, ମନସୁରଙ୍କ ଉପରେ ତାଙ୍କର ଅଭଦ୍ର ବୟାନକୁ ନେଇ ମାମଲା ରୁଜୁ ହୋଇଛି। ଆଉ ତାଙ୍କ ଏହି ଟିପ୍ପଣୀ ପାଇଁ ସେ ଅଡ଼ୁଆରେ ଫସୁଥିବାର ଦେଖାଯାଉଛି। ସୂଚନାଥାଉକି, ମନସୁର ଅଲୀ ଖାନଙ୍କ ଏକ ଭିଡିଓ ସାମ୍‌ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ଆହୁରି ପଢ଼ନ୍ତୁ: ଶାହରୁଖ୍‌ଙ୍କ ଘୁଙ୍ଗୁଡିରେ ଶୋଇପାରିନଥିଲେ ସଲ୍‌ମାନ୍‌, ଖୁଲାସା କଲେ ଭାଇଜାନ୍‌…

ଏହି ଭଡିଓରେ ମନସୁର ଅଲୀ ଖାନ ତ୍ରିଷାଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ କରୁଥିବାର ଦେଖାଦେଉଛନ୍ତି। ଭିଡିଓ ଭାଇରାଲ ହେବା ପରେ ମନସୁର ଅଲି ଖାନଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ମଧ୍ୟ ହୋଇଛନ୍ତି। ସେହିଭଳି ଅନେକ ଅଭିନେତା ଅଭିନେତ୍ରୀଙ୍କ ସମେତ ତ୍ରିଷାଙ୍କ ସମର୍ଥନରେ ପୋଷ୍ଟ କରିଛନ୍ତି। ସେପଟେ କିନ୍ତୁ ମନସୁର ନିଜର ଉପରେ ଲାଗିଥିବା ଅଭିଯୋଗ ଖାରଜ କରିଛନ୍ତି।

ସୂଚନାଥାଉକି, ମନସୁର ଅଲୀ ଖାନଙ୍କ ଏହି ବୟାନବାଜି ମାମଲାରେ ମହିଳା ଆୟୋଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତାମିଲନାଡୁର ନୁଙ୍ଗମବକ୍କମରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ: ସୁଶାନ୍ତଙ୍କୁ ମନେପକାଇ ଇମୋସନାଲ୍‌ ହେଲେ ଅଙ୍କିତା, କହିଲେ-କାହିଁକି ଅନ୍ତିମ ସଂସ୍କାରରେ ଯାଇନଥିଲେ ?

କ’ଣ ଥିଲା ମନସୁରଙ୍କ ବିବାଦୀୟ ବୟାନ:

ତ୍ରିଷା କ୍ରିଷ୍ଣନଙ୍କୁ ନେଇ ମନସୁର ଅଲୀ କହିଛନ୍ତି ଯେ, ‘‘ଯେତେବେଳେ ତ୍ରିଷାଙ୍କ ସହ ଅଭିନୟ କରିବା କଥା ଶୁଣିଥିଲି, ଭାବିଲି ଫିଲ୍ମରେ ଏକ ବେଡ୍‌ରୁମ୍‌ ସିନ୍‌ ଥିବ। ଭାବିଥିଲା ତାଙ୍କୁ ମଧ୍ୟ ଅନ୍ୟ ଅଭିନେତ୍ରୀଙ୍କ ଭଳି ବେଡ୍‌ରୁମ୍‌କୁ ସେହିଭଳି ନେଇଯିବି ଯେଉଁଭଳି ପୂର୍ବରୁ କରିଥିବା ଫିଲ୍ମରେ ଅନ୍ୟ ଅଭିନେତ୍ରୀଙ୍କ ସହ କରିଥିଲି। ଅନେକ ଫିଲ୍ମରେ ଏଭଳି କରିଛି ଏହା ମୋ ପାଇଁ କିଛି ନୂଆ କଥା ନୁହେଁ। କିନ୍ତୁ ଏମାନେ କାଶ୍ମୀର ସିଡ୍ୟୁଲ ସମୟରେ ସେଟ୍‌ରେ ମତେ ତ୍ରିଷାଙ୍କୁ ଦେଖାଇନଥିଲେ।’’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.