scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅନ୍‌ଲାଇନରେ ବିକ୍ରି ହେଲା ମହାପ୍ରଭୁଙ୍କ ନିର୍ମାଲ୍ୟ, ଖଜା ଓ ତୁଳସୀ: ଥାନାରେ ଏତଲା ଦେଲେ ଛାମୁ ଖୁଣ୍ଟିଆ ନିଯୋଗ ସେବାୟତ

22/11/2023 at 12:00 PM

ପୁରୀ ୨୨/୧୧: ପୁଣି ଆମାଜନ୍ ର ମନମାନି । ମହାପ୍ରଭୁଙ୍କ ନିର୍ମାଲ୍ୟକୁ ଅନଲାଇନରେ ବିକ୍ରୀ କରୁଥିବା ନେଇ ସିଂହଦ୍ଵାର ଥାନାରେ ଏତଲା । ଛାମୁ ଖୁଣ୍ଟିଆ ନିଯୋଗ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ସିଂହଦ୍ଵାର ଥାନାରେ ଦେଇଛନ୍ତି ଏତଲା । ଶମ୍ଭୁନାଥଙ୍କ ଅଭିଯୋଗ ଅନୁଯାୟୀ ଆମାଜନ୍ ଅନଲାଇନ ମାଧ୍ୟମରେ ମହାପ୍ରଭୁଙ୍କ ନିର୍ମାଲ୍ୟ, ତିନୋଟି ଖଜା ଓ ତୁଳସୀ ବିକ୍ରୀ କରୁଛି ।

ଏହାର ଦାମ୍ ୧୫୦୦ ଟଙ୍କା ଥିବା ବେଳେ ରିହାତି ଆକାରରେ ୭୯୯ ଟଙ୍କା ନେଉଛି । ତେବେ ଶ୍ରୀମନ୍ଦିର କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଅନଲାଇନ ସଂସ୍ଥାକୁ ଏଭଳି ବେଆଇନ ଭାବେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରି କରିବାକୁ ଅନୁମତି ଦିଆଯାଇନଥିବା ବେଳେ କାହା ନିର୍ଦ୍ଦେଶରେ ସେ ଏଭଳି କାର୍ଯ୍ୟ କରୁଛି ବୋଲି ପ୍ରଶ୍ନ କରିଛନ୍ତି ଶମ୍ଭୁନାଥ ।

ଏନେଇ ଆମାଜନ୍ ମାଲିକଙ୍କ ବିରୋଧରେ ଶମ୍ଭୁନାଥ ଖୁଣ୍ଟିଆ ସିଂହଦ୍ଵାର ଥାନାରେ ଏତଲା ଦେଇଥିବା ବେଳେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି। ପୂର୍ବରୁ ମଧ୍ୟ ଶାଳଗ୍ରାମ ଶିଳା ଓ ଉତ୍ସବ ଆପ ମହାପ୍ରଭୁଙ୍କ ନାଁ ରେ ମହାପ୍ରସାଦ ଓ ଶାଳଗ୍ରାମ ବିକ୍ରି ଅରୁଥିବା ନେଇ ଅଭିଯୋଗ ହୋଇଥିଲା । ତେଣୁ ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ ଏଭଳି ଅସାଧୁ ଅନଲାଇନ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି ।

   Related Posts