ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଡିପଫେକ୍ ଭିଡିଓ, FIR ରୁଜୁ କଲା ପୋଲିସ

Published By : Prameya-News7 Bureau | July 09, 2024 IST

ଗାନ୍ଧିନଗର ୯।୭: ଗୁଜରାଟ ପୋଲିସ ସାମଗ୍ରୀ ଓ ସେବା କର (ଜିଏସଟି)କୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଡିପଫେକ୍ ଭିଡିଓ ସେୟାର ନିମନ୍ତେ ଏତଲା ରୁଜୁ କରିଛି। ରାଜ୍ୟ ସରକାରଙ୍କ ମନ୍ତ୍ରୀ ହର୍ଷ ସଂଘଭୀ ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି। ଯେଉଁ ଡିପଫେକ୍ ଭିଡିକୁ ନେଇ ଏହି ମାମଲା ରୁଜୁ ହୋଇଛି ସେହି ଭିଡିଓ କ୍ଲିପରେ ସୀତାରମଣଙ୍କୁ କଥିତ ରୂପେ ଗଣମାଧ୍ୟମକୁ ସମ୍ବୋଧିତ କରୁଥିବାର ଦେଖାଯାଇଛି। 


ଏଥିରେ ସୀତାରମଣ ଜିଏସଟି କୁ ‘ଗୋପନୀୟ ସୂଚନା ଟ୍ୟାକ୍ସ’ କହୁଥିବା ଦେଖାଯାଉଛନ୍ତି। ଏହାକୁ ଚିରାଗ ପଟେଲ ନାମକ ଜନୈକ ବ୍ୟକ୍ତି ତାଙ୍କ ଏକ୍ସ ହ୍ୟାଣ୍ଡଲରେ ସେୟାର କରିଥିଲେ। ଯାହାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଅଭିଯୁକ୍ତ ଚିରାଗ ପଟେଲଙ୍କ ଏକ୍ସ ପ୍ରୋଫାଇଲ ଅନୁସାରେ ସେ ଆମେରିକାରେ ରହୁଛନ୍ତି। ଗୃହରାଷ୍ଟ୍ରମନ୍ତ୍ରୀ ସଂଘଭୀ କହିଛନ୍ତି ଯେ ‘ଲୋକଙ୍କୁ ଭ୍ରମିତ କରିବା ପାଇଁ ଡିପଫେକ୍ ଭିଡିଓ ପ୍ରସାରର କୃତ୍ୟ ଭ୍ରମାତ୍ମକ ଓ ଘୃଣିତ’। 

ସଂଘଭୀ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ‘ଗୁଜରାଟ ପୋଲିସ ଡିପଫେକ୍ ଭିଡିଓ ପ୍ରସାର ଲାଗି ଏତଲା ରୁଜୁ କରିଛି’। ତେବେ ଡିପଫେକ ଭିଡିଓ ସେୟାର କରିଥିବା ବ୍ୟକ୍ତି ତାଙ୍କ ପୋଷ୍ଟ ତଳେ ରାଜନୈତିକ ରୂପେ କଟାକ୍ଷ କରିଥିବା ଭିଡିଓ ପ୍ରସ୍ତୁତକାରୀ ମହିଳା ମିମିକ୍ରି ଆର୍ଟିଷ୍ଟଙ୍କ ଆଇଡି ମଧ୍ୟ ସେୟାର କରିଛନ୍ତି। ଯିଏ ଅସଲି ଭିଡିଓକୁ ମୋଡି ମକଚି (ମର୍ଫ) ଏଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଫଟୋ ଲଗାଇଛନ୍ତି। ତେବେ ମହିଳା ମିମିକ୍ରି ଆର୍ଟିଷ୍ଟ ମଧ୍ୟ ନିଜ ପକ୍ଷରୁ ଅସଲି ଭିଡିଓ ସହିତ ଲେଖିଛନ୍ତି ଯେ ମୋ ନାମରେ ଏକ ଏଆଇ ଭିଡିଓ ପ୍ରସାରିତ କରାଯାଉଛି। ଏଥିପାଇଁ ମୁଁ କାହାରିକୁ ଅନୁମତି ଦେଇ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.