suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମଥୁରାର ଏକ ମନ୍ଦିରରେ ନମାଜ ପଢିଲେ ମୁସଲିମ ଯୁବକ, ଏଫଆଇଆର ରୁଜୁ, ଜାଣନ୍ତୁ କଣ ପୂରା ରହିଛି ମାମଲା ?

2/11/2020 at 6:47 PM

ଲକ୍ଷ୍ନୌ ୦୨।୧୧: ଉତ୍ତର ପ୍ରଦେଶର ମଥୁରାର ନନ୍ଦବାବା ମନ୍ଦିରରେ ନମାଜ ପଢିବା ମାମଲାରେ ଚାରି ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରାଯାଇଛି। ଏଥିରୁ ଦୁଇ ଜଣ ଅକ୍ଟୋବର ୨୯ରେ ମନ୍ଦିର ପରିସରରେ ନମାଜ ପଢିଥିଲେ। ମଥୁରାର ବରସାନା ଥାନାରେ ଆଇପିସିର ଧାରା ୧୫୩ଏ, ୨୯୫ ଓ ୫୦୫ ଆଧାରେ ଏହି ମୋକଦ୍ଦମା ରୁଜୁ କରାଯାଇଛି। ସଂପ୍ରଦାୟ ମଧ୍ୟରେ ଉତ୍ତେଜନା ଏବଂ ବିଦ୍ଵେଷ ସୃଷ୍ଟି କରିବା, ଧର୍ମସ୍ଥଳର ଅପମାନ କରିବା ଏବଂ କୌଣସି ଧର୍ମ ବିରୋଧରେ ଷଡଯନ୍ତ୍ର ରଚିବା ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଛି।

ମଥୁରା ପୁଲିସ ଅଧୀକ୍ଷକ ଶ୍ରୀଶ ଚନ୍ଦଙ୍କ ଅନୁଯାୟୀ ମନ୍ଦିରର ସେବାଦାରଙ୍କ ଅଭିଯୋଗକ୍ରମେ ମୋକଦ୍ଦମା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରେ ଫୈସଲ ଖାନ, ଚାନ୍ଦ ମହମ୍ମଦ, ନୀଲେଶ ଗୁପ୍ତା ଏବଂ ଆଲୋକ ରତନ ସାମିଲ। ସମସ୍ତ ଦିଲ୍ଲୀରେ ରୁହନ୍ତି ଏବଂ ଖୁଦାଇ ଖିଦମତଗାର ନାମକ ସାମାଜିକ ସଂସ୍ଥା ସହ ଜଡିତ ଅଛନ୍ତି।

ଖୁଦାଇ ଖିଦମତଗାର ଦିଲ୍ଲୀର ଏକ ଅଣ ସରକାରୀ ସଂସ୍ଥା ଯିଏ, ଶାନ୍ତି, ଭାଇଚାରା ଏବଂ ସଦ୍‌ଭାବନା ପାଇଁ କାମ କରୁଥିବା ଦାବି କରେ। ୨୦୧୧ରେ ଫୈସଲ ଖାନ ଏହି ସଂଗଠନକୁ ପୁନର୍ବାର ଆରମ୍ଭ କରିଥିଲେ। ମନ୍ଦିରର ସେବାଦାର ସୁଶୀଲ ଗୋସ୍ଵାମୀ କହିଛନ୍ତି, ମନ୍ଦିରରେ ନମାଜ ପଢିଥିବା ବ୍ୟକ୍ତି ସେହି ଦିନ ଦାୟିତ୍ଵରେ ଥିବା ସେବାଦାରଙ୍କୁ ନିଜେ ଦୁଇ ଧର୍ମ ଉପରେ ଆସ୍ଥା ରଖୁଥିବା ବ୍ୟକ୍ତି କହିଥିଲା। ଏଥିସହ ଦର୍ଶନ ପାଇଁ ଅନୁମତି ମାଗିଥିଲା। ଫୈସଲ ଖାନ ନିଜକୁ ଉଭୟ ଧର୍ମ ଉପରେ ସମନ୍ଵୟ ରଖୁଥିବା ଦର୍ଶାଇଥିଲା। ଦର୍ଶନ କରିବା ପରେ ସେ ମନ୍ଦିରର ଗେଟ୍ ନମ୍ବର ୨ ନିକଟରେ ଖାଲି ସ୍ଥାନରେ ନମାଜ ମୁଦ୍ରାରେ ଫଟୋ ଉଠାଇଥିଲା। ସେବାଦାର କହିଛନ୍ତି, ସେ କେଉଁ ଉଦ୍ଦେଶ୍ୟରେ ଫଟୋ ଉଠାଇଲେ ଆମେ କହି ପାରିବୁ ନାହିଁ।

ଗୋସ୍ଵାମୀ କହିଛନ୍ତି, ଫଟୋ ଭାଇରାଲ ହେବା ପରେ ଘଟଣା ବିଷୟରେ ଜଣା ପଡିଲା। ଏହାକୁ ନେଇ ଗୋସ୍ଵାମୀଙ୍କ ମଧ୍ୟରେ ଆକ୍ରୋଶର ମାହୋଲ ରହିଛି। ପୂରା ଘଟଣାର ତଦନ୍ତ ପାଇଁ ସେମାନେ ଦାବି କରିଛନ୍ତି।

ଫୈସଲ ଖାନ କହିଛି, ଆମେ ୮୪ କୋଷର ସଦ୍‌ଭାବନା ଯାତ୍ରା କରୁଥିଲୁ। ଯାତ୍ରାର ସମାପନ ପରେ ଆମେ ନନ୍ଦବାବାଙ୍କ ମନ୍ଦିର ପହଞ୍ଚିଥିଲୁ। ଆମେ ସେଠାରେ ପୂଜାରୀଙ୍କ ମଞ୍ଜୁରୀ ପରେ ନମାଜ ପଢିଲୁ। ଏବେ ଜାଣିଲୁ ଯେ ଆମେ ବିରୋଧରେ ମୋକଦ୍ଦମା ରୁଜୁ ହୋଇଛି। ସେହି ସମୟରେ ପୂଜାରୀ ବହୁତ ଖୁସି ଥିଲେ ଏବଂ ସେ ବହୁତ ସାଦାସିଧା ମଣିଷ। ବୋଧହୁଏ କୌଣସି ଚାପରେ ପଡିଥିବେ ବୋଲି ଫୈସଲ ଖାନ କହିଛି।

ଫୈସଲଙ୍କ ଅନୁଯାୟୀ ଏ ପର୍ଯ୍ୟନ୍ତ ପୁଲିସ ତାଙ୍କୁ ପଚରାଉଚୁରା କରି ନାହାନ୍ତି ଏବଂ ଆଗୁଆ ଜାମିନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେ କହିଛନ୍ତି ତାଙ୍କ ଯାତ୍ରାର ଉଦ୍ଦେଶ୍ୟ ସବୁ ଧର୍ମ ମଧ୍ୟରେ ସଦ୍‌ଭାବନା ଏବଂ ଭାଇଚାରାକୁ ପ୍ରୋତ୍ସାହନ ଦେବାର ଥିଲା। ତାଙ୍କର ଉଦ୍ଦେଶ୍ୟ କୌଣସି ଭାବନାକୁ ଆଘାତ କରିବା ନୁହେଁ।

ଅନ୍ୟପଟେ ମନ୍ଦିରରେ ନମାଜ ପଢିବାର ଫଟୋ ଭାଇରାଲ ହେବା ପରେ ଅନେକ ଲୋକ ଏହାର ବିରୋଧ କରିଛନ୍ତି। ମନ୍ଦିର ପରିସରକୁ ଗଙ୍ଗା ଜଳରେ ଧୋଆ ଯିବା ସହ ହୋମ ଏବଂ ଯଜ୍ଞ ମଧ୍ୟ କରାଯାଇଛି। ମଥୁରାର ହିନ୍ଦୁ ସମାଜର କିଛି ଲୋକ ଘଟଣାର ତଦନ୍ତ ଦାବି କରିଛନ୍ତି।

   Related Posts