Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ୟୁଟ୍ୟୁବର ମନିଷ କଶ୍ୟପଙ୍କ ବିରୋଧରେ ରୁଜୁ ହେଲା ଏତଲା, ବିହାରୀ ଶ୍ରମିକଙ୍କ ଭିଡିଓ କରିଥିଲେ Viral

7/03/2023 at 7:44 PM

ପାଟନା ୭।୩: ବିହାରରେ ଭ୍ରଷ୍ଟାଚାର ବିରୋଧରେ ଶ୍ୱର ଉତ୍ତୋଳନ କରୁଥିବା ୟୁ ଟ୍ୟୁବର ମନିଷ କଶ୍ୟପଙ୍କ ବିରୋଧରେ ପୋଲିସ ଏତଲା ରୁଜୁ କରିଛି। ତାମିଲନାଡୁରେ ବିହାରୀ ଶ୍ରମିକଙ୍କ ଉପରେ ଆକ୍ରମଣ ନେଇ ଫେକ୍ ଭିଡିଓ ଭାଇରାଲ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଏ ନେଇ ବିହାର ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚିତ କରାଯାଇଛି। ୟୁ ଟ୍ୟୁବର ରାଜ୍ୟରେ ଦୁର୍ନୀତି ବିରୋଧରେ ଶ୍ୱର ଉତ୍ତୋଳନ କରୁଥିଲେ। ତେବେ ସେ ତାଙ୍କ ଚ୍ୟାନେଲରେ ତାମିଲନାଡୁରେ ବିହାରୀ ଶ୍ରମିକଙ୍କ ପ୍ରତି ହିଂସାର ଫେକ୍ ଭିଡିଓ ଅପଲୋଡ କରିଥିଲେ।

ମନିଷ କଶ୍ୟପ ତାଙ୍କ ଭିଡିଓ ଦ୍ୱାରା ସରକାରୀ ବିଭାଗମାନଙ୍କରେ ହେଉଥିବା ଅନିୟମିତତାର ପର୍ଦା ଫାସ କରୁଥିଲେ। ସେ ପ୍ରାୟତଃ ବିହାର ପ୍ରଶାସନିକ ସେବା, ଅର୍ଥ ବ୍ୟବସ୍ଥା ଓ ଦୁର୍ନୀତି ବ୍ୟତୀତ ସରକାରୀ ବିଭାଗମାନଙ୍କରେ ହେଉଥିବା ଦୁର୍ନୀତି ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଥିଲେ। ତେବେ ତାମିଲନାଡୁ ହିଂସା ସମ୍ପର୍କିତ ଭିଡିଓ ଭାଇରାଲ କରିବା ଯୋଗୁ ମନିଷଙ୍କ ସମେତ ଅମନ କୁମାର ଓ ରାକେଶ ତିୱାରୀଙ୍କ ବିରୋଧରେ ମଧ୍ୟ ଏତଲା ରୁଜୁ ହୋଇଥିବା ପୋଲିସ କହିଛି।

ଉଲ୍ଲେଖଯୋଗ୍ୟ ଯେ ତାମିଲନାଡୁରେ ବିହାରୀ ଶ୍ରମିକଙ୍କୁ ସ୍ଥାନୀୟ ଲୋକେ ଆକ୍ରମଣ କରୁଥିବାର ଖବର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ରାଜ୍ୟରେ ଏପରି ଭଳିକି ଭଳିଭିଡିଓ ଭାଇରାଲ ହେଉଥିବାରୁ ଲୋକେ ଏବେ ଆତଙ୍କିତ ଆବସ୍ଥାରେ ଅଛନ୍ତି। ଏପରି ଭିଡିଓମାନଙ୍କ ମଧ୍ୟରେ ମନିଷ କଶ୍ୟପ ମଧ୍ୟ ତାଙ୍କ ଚ୍ୟାନେଲମାଧ୍ୟମରେ ଗୋଟିଏ ଭିଡିଓ ଭାଇରାଲ କରିଦେଇଥିଲେ। ପୋଲିସ ଅନୁସାରେ ଯେତେବେଳେ ଭିଡିଓର ଯାଞ୍ଚ ହେଲା ତାହା ନକଲି ବୋଲି ଜଣାପଡିଥିଲା। ଏହି ଆଧାରରେ ପୋଲିସ ତାଙ୍କ ବିରୋଧରେ ଏକ ଏତଲା ରୁଜୁ କରିଛି।

   Related Posts