ନୂଆଦିଲ୍ଲୀ: ଭୋଜପୁରି ଅଭିନେତା ତଥା ବିଜେପି ସାଂସଦ ରବି କିଶନଙ୍କୁ ଜଣେ ମହିଳା ତାଙ୍କ ସ୍ୱାମୀ ବୋଲି ଦାବି କରୁଛନ୍ତି। ରବି କିଶନ ହିଁ ତାଙ୍କ ଝିଅର ବାପା ବୋଲି ଅପର୍ଣ୍ଣା ଠାକୁର ନାମକ ମହିଳା ଦାବି କରୁଛନ୍ତି। ଏହି ଘଟଣା ପରେ ରବି କିଶନଙ୍କ ପତ୍ନୀ ପ୍ରୀତି ସୁକ୍ଳା ଅପର୍ଣ୍ଣାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି।
ଲକ୍ଷ୍ନୌର ମହିଳା ଅପର୍ଣ୍ଣା ନିକଟରେ ଅଭିଯୋଗ କରିଥିଲେ ଯେ ସେ ରବି କିଶନଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏଥରେ ରବିଙ୍କ ଠାରୁ ହୋଇଥିବା ତାଙ୍କ ଝିଅଙ୍କୁ ରବି କିଶନ ଅବହେଳା କରୁଛନ୍ତି। ସମାଜରେ ଓ ସର୍ବସମ୍ମୁଖରେ ରବି ତାଙ୍କ ଝିଅକୁ ଝିଅ ବୋଲି ସ୍ୱୀକାର କରୁନଥିବା ଅପର୍ଣ୍ଣା ଅଭିଯୋଗ କରିଥିଲେ।
ଏହି ମାମଲାର ରବି କିଶନଙ୍କ ପତ୍ନୀ ପ୍ରୀତି ଶୁଳ୍କା ମଙ୍ଗଳବାର ରାତିରେ ଅପର୍ଣ୍ଣାଙ୍କ ବିରୋଧରେ ହଜରତଗଞ୍ଜ ଥାନାରେ ମାମଲା କରିଛନ୍ତି। ଅପର୍ଣ୍ଣା ଠାକୁର ରବିଙ୍କୁ ଧମକ ଦେଇ ୨୦ କୋଟି ଟଙ୍କା ମାଗୁଛନ୍ତି ବୋଲି ପ୍ରୀତି ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ପ୍ରୀତି ତାଙ୍କ ଅଭିଯୋଗରେ ଆହୁରି କହିଛନ୍ତି ଯେ ଅପର୍ଣ୍ଣାଙ୍କର ଅଣ୍ଡରୱାର୍ଲ୍ଡ ସହ ସମ୍ପର୍କ ରହିଛି। ଦାବି ପୂରଣ ନ ହେଲେ ରବିଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫସାଇ ଦେବେ ବୋଲି ସେ ଧମକ ଦେଉଥିବା ପ୍ରୀତି ଅଭିଯୋଗ କରିଛନ୍ତି।
ପଢ଼ନ୍ତୁ-ଲୋକସଭା ନିର୍ବାଚନ ପୂର୍ବରୁ ଆପ୍କୁ ଝଟ୍କା: ବିଧାୟକ ଅମାନତୁଲ୍ଲାଙ୍କୁ ଗିରଫ କଲା ଇଡି
ପ୍ରୀତି ଦେଇଥିବା ଏଫ୍ଆଇର୍ ଅନୁସାରେ, ଅପର୍ଣ୍ଣା ଠାକୁର ରାଜେଶ ସୋନୀଙ୍କୁ ବିବାହ କରିଥିଲେ। ତାଙ୍କ ଠାରୁ ଅପର୍ଣ୍ଣାଙ୍କର ୨୭ ବର୍ଷର ଝିଅ ଓ ୨୫ ବର୍ଷରୁ ପୁଅ ରହିଛି। ହେଲେ ଅପର୍ଣ୍ଣା ରବିଙ୍କୁ ବାରମ୍ବାର ଧମକ ଦେବା ଓ ଲକ୍ଷ୍ନୌରେ ସାମ୍ବାଦିକ ସମ୍ମିଳନୀ କରି କହିବା ତାଙ୍କୁ ଥାନାରେ ମାମଲା କରିବାକୁ ବାଧ୍ୟ କରିଛି ବୋଲି ପ୍ରୀତି ଏଫ୍ଆଇଆର୍ରେ ଉଲ୍ଲେଖ କରିଛନ୍ତି।