vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ବଢିଲା ଲାଲୁ ପରିବାରର ଅଡୁଆ, RRB ଦୁର୍ନୀତିରେ ଲାଲୁଙ୍କ ସହିତ ରାବଡି ଏବଂ ଦୁଇ ଝିଅଙ୍କ ବିରୋଧରେ FIR ରୁଜୁ

20/05/2022 at 6:57 PM

ପାଟନା: ପ୍ରଥମେ ଗୋ ଖାଦ୍ୟ ଦୁର୍ନୀତି ମାମଲାରେ ଜେଲ୍ ଯାଇ ହନ୍ତସନ୍ତ ହୋଇଥିବା ଲାଲୁ ପ୍ରସାଦ ଯାଦବ ଏବେ ଆଉ ଏକ ମାମଲାରେ ଛନ୍ଦି  ହେବାକୁ  ଯାଉଛନ୍ତି। ଆରଆରବି  ଦୁର୍ନୀତିରେ ସିବିଆଇ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ସହିତ ପତ୍ନୀ ରାବଡି ଦେବୀ ଏବଂ ତାଙ୍କ ଦୁଇ ଝିଅଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ଏଫଆଇଆରରେ ୧୫ ଜଣଙ୍କ ନାମ ରହିଛି। ଏଥିରେ ଲାଲୁଙ୍କ ଦୁଇ ଝିଅ ମୀସା ଯାଦବ ଏବଂ ହେମା ଯାଦବଙ୍କ ନାମ ସାମିଲ୍। ହେମା ଯାଦବଙ୍କ ନାମ ପ୍ରଥମ ଥର  କୌଣସି ମାମଲାରେ ସାମ୍ନାକୁ ଆସିଛି।

ଏହା ପୂର୍ବରୁ ତେଜସ୍ଵୀ ଯାଦବ, ତେଜ ପ୍ରତାପ ଯାଦବ, ମୀସା ଏବଂ ତାଙ୍କ ପତି ଶୈଳେଶଙ୍କ ନାମ ଅଲଗା ଅଲଗା ମାମଲାରେ ସଂଶ୍ଳିଷ୍ଟ ରହିଛି। ସିବିଆଇ ଅନୁଯାୟୀ, ସଂପ୍ରତି ୧୫ ଜଣଙ୍କୁ ପଚରା ଉଚୁରା ପାଇଁ ସମନ ଜାରି କରାଯିବ। ସମସ୍ତଙ୍କ ବିରୋଧରେ ତଥ୍ୟ ପ୍ରମାଣ ମଧ୍ୟ ଯୋଗାଡ କରାଯାଇଛି।

ଏଫଆଇଆରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଲାଲୁଙ୍କ ଗାଁ ଗୋପାଳଗଞ୍ଜର ବାସିନ୍ଦା। ଏମାନେ ହେଉଛନ୍ତି ସେହି ଲୋକ ଯାହାଙ୍କ ନାମରେ ଜମି ପଞ୍ଜୀକରଣ କରାଯାଇଥିଲା। ଏଫଆଇଆରରେ ପ୍ରଥମ ନାମ ଲାଲୁ ଯାଦବଙ୍କ ରହିଛି। ଚତୁର୍ଥରେ ରହିଛି ଲାଲୁଙ୍କ ଝିଅ ହେମା ଯାଦବ।

କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ (ସିବିଆଇ) ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଂସ୍ଥାପକ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ କନ୍ୟା ମିଶା ଭାରତୀଙ୍କ ବିରୋଧରେ ତାଜା ଭ୍ରଷ୍ଟାଚାର ମାମଲା ରୁଜୁ କରିଛି। ସଦ୍ୟ ରୁଜୁ ମାମଲା ଆଧାରରେ ସିବିଆଇ ନୂଆଦିଲ୍ଲୀ ସମେତ ମଧ୍ୟପ୍ରଦେଶ ଓ ବିହାରର ଅନୁନ୍ୟ ୧୭ଟି ସ୍ଥାନରେ ଚଢଉ ଜାରି ରଖିଛି। କୁହାଯାଉଛି ଆରଆରବି ଅନିୟମିତତା ସମ୍ପର୍କିତ ମାମଲାରେ ଏହି ଚଢ଼ଉ ହେଉଛି। ଲାଲୁ ଯାଦବ କେନ୍ଦ୍ର ରେଳମନ୍ତ୍ରୀ ଥିବା ବେଳେ ରେଳବାଇ ନିଯୁକ୍ତି ଅନିୟମିତତାରେ ସିବିଆଇ ପୁଣି ଥରେ ନୂଆକରି ମୋକଦ୍ଦମା ରୁଜୁ କରିଛି।

   Related Posts