ନବରଙ୍ଗପୁର ଆରଟିଓଙ୍କ ଭିଡିଓ ଭାଇରାଲ୍ ଘଟଣା, ଥାନାରେ ଏତଲା

Published By : Prameya-News7 Bureau | February 23, 2020 IST

ନବରଙ୍ଗପୁର ୨୩।୨: ନବରଙ୍ଗପୁର ଆରଟିଓ ଗଣେଶ୍ବର କଅଁରଙ୍କ ଲାଞ୍ଚ କାରବାର ଘଟଣା ଦାଣ୍ଡରେ ପଡି ହାଟରେ ଗଡିବା ପରେ ଏବେ ଯାଇ ଥାନାରେ ପହଞ୍ଚିଛି। ଆରଟିଓ ଅଫିସରେ ଅସ୍ଥାୟୀ କର୍ମଚାରୀ ରୂପେ କାର୍ଯ୍ୟ କରୁଥିବା ଲକ୍ଷ୍ମୀଧର ହରିଜନ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି । ନବରଙ୍ଗପୁର ଆରଟିଓଙ୍କ ଦ୍ଵାରା ନିଜ ଜୀବନ ପ୍ରତି ବିପଦ ଥିବା ଓ ୧୬ ମାସର ବକେୟା ଦରମା ଦେଉନଥିବା ନେଇ ସେ ଏତଲା ଦେଇଛନ୍ତି।

{"id":228101,"sizeSlug":"large"}

ଏତଲାରେ ନବରଙ୍ଗପୁର ଆରଟିଓ ଗଣେଶ୍ବର କଅଁର ଓ ଲକ୍ଷ୍ମୀଧରଙ୍କ ମଧ୍ୟରେ ଟଙ୍କା ଫେରସ୍ତକୁ ନେଇ ହୋଇଥିବା ଯୁକ୍ତିର ଭିଡିଓ ଭାଇରାଲ ହେବାପରେ ବିଭିନ୍ନ ନୂଆ ନମ୍ବରରୁ କଲ୍ କରି ଲକ୍ଷ୍ମୀଧରଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳୁଥିବା ଏତଲାରେ ଲେଖାଯାଇଛି ।

{"id":228102,"sizeSlug":"large"}

ଲକ୍ଷ୍ମୀଧର ହରିଜନ ସ୍ଥାନୀୟ ନବରଙ୍ଗପୁର ଆରଟିଓ ଅଫିସରେ ଅସ୍ଥାୟୀ କର୍ମଚାରୀ ରୂପେ କାର୍ଯ୍ୟ କରି ଆସୁଥିଲା । ଲକ୍ଷ୍ମୀଧରକୁ ଅସ୍ଥାୟୀ କର୍ମଚାରୀ ରୂପେ ରଖିବା ପାଇଁ ଆରଟିଓ ତାଙ୍କଠାରୁ ୩୫ହଜାର ଟଙ୍କା ନେଇଥିଲେ । ପରେ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଲକ୍ଷ୍ମୀଧରଙ୍କ ନିକଟରୁ ୪୦ ହଜାର ଟଙ୍କା ନେଇଥିଲେ । କିନ୍ତୁ ଆରଟିଓ ସ୍ଥାୟୀ ନିଯୁକ୍ତି କରାଇନପାରିବାରୁ ଲକ୍ଷ୍ମୀଧର ଓ ତାଙ୍କ ପରିବାର ଆରଟିଓଙ୍କ ପାଖକୁ ଯାଇ ଦେଇଥିବା ଟଙ୍କା ଫେରସ୍ତ ମାଗିଥିଲେ । ଏହି ସମୟରେ ଆରଟିଓ ଓ ଲକ୍ଷ୍ମୀଧରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

{"id":228103,"sizeSlug":"large"}

ଏହିସବୁ ଘଟଣାକୁ ଲକ୍ଷ୍ମୀଧର ନିଜ ମୋବାଇଲରେ ସୁଟିଂ କରିଥିଲେ। ଏହି ଭିଡିଓକୁ ନବରଙ୍ଗପୁରର ଯୁବ ଆଇନଜୀବୀ ଇମରାନ ସରିଫ ତାଙ୍କ ଫେସବୁକରେ ଅପଲୋଡ କରି ଭାଇରାଲ କରିଦେଇଥିଲେ । ଏହାପରେ ଏହି ଭିଡିଓଟି ମୋବାଇଲରୁ ମୋବାଇଲ ଘୂରି ବୁଲିଥିଲା । ଏହାପରେ ଲକ୍ଷ୍ମୀଧରକୁ ବିଭିନ୍ନ ନମ୍ବରରୁ ଅଜଣା ଲୋକ କଲ୍ କରି ଜୀବନରୁ ମାରିଦେବାକୁ ଧମକ ଆସୁଥିଲା । ଏହାକୁ ନେଇ ଥାନାର ଦ୍ଵାରସ୍ଥ ହୋଇଛନ୍ତି ଲକ୍ଷ୍ମୀଧର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.