scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ରୋଚକ ମୋଡ : ପତ୍ନୀ ଓ ଡିଏଫଓଙ୍କ ସହ ରୋଷେୟାଙ୍କ ନାଁରେ ମାମଲା ରୁଜୁ

15/07/2021 at 1:43 PM

ଗଜପତି ୧୫।୭: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୈମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ତିନି ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ବାମଦେବ ସିଂ। ମୃତ ସୌମ୍ୟଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପାଇବା ପରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି । ଅଭିଯୋଗକୁ ଆଧାର କରି ଡିଓଫଓ ‌ସଂଗ୍ରାମ କେଶରୀ ବେହେରା, ସ୍ତ୍ରୀ ବିଦ୍ୟାଭାରତୀ ଓ ରୋଷେୟାଙ୍କ ନାଁରେ ମାମଲା ରୁଜୁ ହୋଇଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା କେସ୍ ନମ୍ବର ୧୪୧/୨୦୨୧ରେ ହତ୍ୟା ମାମଲା ଓ ହତ୍ୟା ଷଡଯନ୍ତ୍ର କରାଯାଇଥିବା ଦଫା ନେଇ ତଦନ୍ତ ଆରମ୍ଭ କରିବ । ଏଥିସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ କିଛି ସମୟ ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବେ ବୋଲି କହିଛନ୍ତି ଏଏସପି ।

ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ । ସୋମବାର ବିଳମ୍ବିତ ରାତିରେ ସରକାରୀ ବାସଭବନରେ ପତ୍ନୀଙ୍କ ସହ ଥିବାବେଳେ ନିଆଁରେ ପୋଡ଼ି ହୋଇ ଗୁରୁତର ହେବାରୁ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଆଖି ବୁଝିଥିଲେ ସୋମ୍ୟରଞ୍ଜନ ।  ମୃତ୍ୟୁ ସମ୍ପର୍କରେ ନବ ବିବାହିତା ସ୍ତ୍ରୀ ମୁହଁ ଖୋଲୁ ନଥିବା ବେଳେ ପୁଅର ମୃତ୍ୟୁ ପାଇଁ ବୋହୂଙ୍କୁ ଦାୟୀ କରିଛନ୍ତି ଶ୍ବଶୁର । ଘଟଣା ନୂଆ ମୋଡ ନେଇଥିବା ବେଳେ ସୋମ୍ୟଙ୍କ ମୃତ୍ୟୁ ପଛରେ ଡିଏଫଓଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ ।  ତାଙ୍କୁ ପୋଡି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ସୋମ୍ୟଙ୍କ ପରିବାର ।  ଘଟଣାରେ ଡିଏଫଓଙ୍କ ଭୂମିକା ଏବେ ସନ୍ଦେହ ଘେରରେ ।

ସୋମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପରିବାର ସୋମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ସନ୍ଦେହ କରୁଥିବା ବେଳେ ତାଙ୍କ ବଡ ଭାଇ ଏହି ଘଟଣାରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ନେଇ ଅଭିଯୋଗ ଆଣିଛନ୍ତି ।  ଏନେଇ ଲିଖିତ ଅଭିଯୋଗ କରିଛନ୍ତି ଯେ, ବିଦ୍ୟାଭାରତୀ ଏବଂ ବନଖଣ୍ଡ ଅଧିକାରୀଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଥିବାରୁ ଉଭୟ  ମିଳିମିଶି ସୋମ୍ୟରଞ୍ଜନଙ୍କ ମୃତ୍ୟୁ ପାଇଁ ଯୋଜନା କରିଥିଲେ । ସୋମ୍ୟରଞ୍ଜନଙ୍କୁ ଡ୍ୟୁଟି ଆଳରେ ବିଭିନ୍ନ ସମୟରେ ବାହାରକୁ ପଠାଯାଉଥିଲା । ତାଙ୍କ ଅନିଚ୍ଛା ସତ୍ତ୍ବେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା ।  ଯାହାର ଫାଇଦା ନେଇ ବିଦ୍ୟାଭାରତୀଙ୍କ ସହ ମିଶିବାର ସୁଯୋଗ ପାଉଥିଲେ । ଡିଏଫଓଙ୍କ ଏଭଳି କାର୍ଯ୍ୟ କଳାପକୁ ସହଯୋଗ କରୁଥିଲେ ରୋଷେୟ । ଏଭଳି ଅଭିଯୋଗ କରିଛନ୍ତି ସୋମ୍ୟଙ୍କ ବଡଭାଇ ।

ଅର୍ଦ୍ଧଦଗ୍ଧ  ଅବସ୍ଥାରେ ଥିବାବେଳେ ଚିକିତ୍ସାରେ ଜାଣିଶୁଣି ବିଳମ୍ବ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି । ପରିବାର ଲୋକଙ୍କ କହିବା ଅନୁସାରେ ପାରଳାଖେମୁଣ୍ଡି ବିଶାଖାପାଟଣା ନିକଟରେ ହୋଇଥିବା ବେଳେ ଜାଣିଶୁଣି କଟକ ସ୍ଥାନାନ୍ତର କରାଗଲା । ଯାହା ଫଳରେ ସୋମ୍ୟଙ୍କ ଚିକିତ୍ସାରେ ବିଳମ୍ବ ହୋଇ ତାଙ୍କର ମୃତ୍ୟୁ ଘଟିଛି । ସୋମ୍ୟଙ୍କ ମୃତ୍ୟୁ ଘଟଣା ରହସ୍ୟମୟ ରହିଥିବା ବେଳେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀଙ୍କ ଉପରେ ଉଠିଛି ଅଙ୍ଗୁଳି । ଏସମ୍ପର୍କରେ ପ୍ରତିକ୍ରିୟା ରଖି  ଅଭିଯୋଗକୁ ଖଣ୍ଡନ କରିବା ସହ ଘଟଣାରେ ପୋଲିସର ତଦନ୍ତକୁ ସମ୍ପୂର୍ଣ୍ଣ ସହଯୋଗ କରିବି ବୋଲି କହିଛନ୍ତି ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା ।

ସେପଟେ ପରିବାର ଲୋକଙ୍କ ଅଭିଯୋଗ ପରେ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।  ତେବେ ଏହାର ତଦନ୍ତ କେଉଁଆଡେ ଯାଉଛି ଏବଂ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ କେବେ ଉନ୍ମୋଚିତ ହେଉଛି ତାହା ଦେଖିବା ବାକି ରହିଲା ।

   Related Posts