କଟକ ଦୁର୍ଗାପୂଜା ଭସାଣିରେ ଗଣ୍ଡଗୋଳ ଘଟଣା, ୨୦ ଜଣଙ୍କ ବିରୋଧରେ ମାମଲା ଦାଏର କଲା ପୋଲିସ୍‌

Published By : Prameya-News7 Bureau | October 08, 2022 IST

କଟକ, ୦୮/୧୦: କଟକରେ ଦୁର୍ଗାପୂଜା ଭସାଣି ଶୋଭାଯାତ୍ରାକୁ ନେଇ ହୋଇଥିଵା ଗଣ୍ଡଗୋଳ ଘଟଣାରେ ପୋଲିସ ୨୦ଜଣଙ୍କ ଵିରୋଧରେ ଏତଲା ଦାଏର କରିଛି । ଵାଦାମଵାଡି ଥାନା ଅଧିନରେ ଥିବା ଝାଞ୍ଜିରିମଙ୍ଗଳା ଗଡାରେ ଭସାଣି ଦିନ କୁସୁନପୁର ଓ ମୁନ ଷ୍ଟାର କ୍ଲଵ ମୁହାଁମୁହିଁ ହେଵା ସହ ଟେକାପଥର ଫିଙ୍ଗା ଓ ମାଡପିଟ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ହାଲୁକା ଲାଠି ଚାଳନା କରିଵାକୁ ପଡିଥିଲା । ଭସାଣି ପରେ ସିସିଟିଭି ସହ ଵିଭିନ୍ନ ଭିଡିଓ ଫୁଟେଜ ଆଧାରରେ ପୋଲିସ କୋଡିଏ ଜଣଙ୍କୁ ଚିହ୍ନଟ କରି ସେମାନଙ୍କ ଵିରୋଧରେ ଏତଲା ଦାଏର କରିଛି। ଏହା ସହ ଅଧିକ ଭିଡିଓ ଫୁଟେଜ୍‌ ଯାଞ୍ଚ ସହ ଘଟଣାରେ ସମ୍ପୃକ୍ତ ଅନ୍ୟ ମାନଙ୍କୁ ପୋଲିସ ଚିହ୍ନଟ କରିଵାକୁ ଚେଷ୍ଟା କରୁଛି । ଗଣ୍ଡଗୋଳରେ ସାମିଲ ଅଧିକାଂଶ ଯୁଵକ ଭସାଣି ଦିନଠାରୁ ଫେରାର ଅଛନ୍ତି । ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ପାରିନଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.