ଅଭିଯୋଗ ପରେ ବି କେହି ଶୁଣିଲେନି, ଶେଷରେ ଥାନାର ଦ୍ୱାରସ୍ଥ ହେଲେ ମହିଳା ଗୋଷ୍ଠୀ
7/06/2023 at 1:39 PM

ବିନିକା ୦୭।୦୬ : ମଦ ବିକ୍ରିକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ । ସୋନପୁର ଜିଲ୍ଲା ବିନିକା ଥାନା ଅଡାକସା ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଅଡକସା ଗାଁରେ ଖୁଲମଖୁଲା ମଦ ବିକ୍ରି ହେଉଛି । ଯାହାକୁ ଗ୍ରାମବାସୀମାନେ ବାରମ୍ବାର ବିରୋଧ କରୁଛନ୍ତି । ଯେତେ ମନା କଲେ ମଧ୍ୟ ମଧ୍ୟ ମଦ ବିକ୍ରି ହେଉଛି । ଯାହାଫଳରେ ପ୍ରତିଦିନ ଗାଁରେ ମାର୍ପିଟ ଓ ଗାଳିଗୁଳଜ ହେଉଛି । ନାରୀ ନିର୍ଯ୍ୟାତନା ବଢିଚାଲିଛି । ଏପିରିକି ରାସ୍ତା ଘାଟରେ ମଦ୍ୟପଙ୍କ ଅଶ୍ଲିଳ ଭାଷା ପ୍ରୟୋଗ ଯୋଗୁଁ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଗାଁରେ ଚାଲିଥିବା ମଦ ବିକ୍ରିକୁ ପୁରା ବନ୍ଦ କରିବାକୁ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନେ ବିନିକା ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ସମସ୍ତଙ୍କ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗ ପତ୍ର ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠା ନେବାକୁ ଦାବି ହୋଇଛି । ଏହାସହିତ ଗାଁରେ ଚାଲିଥିବା ମଦ ବିକ୍ରିକୁ ତୁରନ୍ତ ବନ୍ଦ କରିବାକୁ ଦାବି ମଧ୍ୟ ହୋଇଛି ।
You Can Read :