scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ତହସିଲଦାର ଓ ଆରଆଇଙ୍କ ନାମରେ ଏତଲା ଦେଲା କଂଗ୍ରେସ, ନାବାଳକଙ୍କ ମୃତ୍ୟୁ ପାଇଁ କଲେ ଦାୟୀ

8/06/2023 at 11:02 AM

ନିଶ୍ଚିନ୍ତକୋଇଲି ୮।୬: ତହସିଲଦାର ଓ ଆରଆଇଙ୍କ ନାମରେ ଏତଲା । ଏତଲା ଦେଲା ବ୍ଲକ୍ କଂଗ୍ରେସ । ନଦୀରେ ମଣିଷକୃତ ଗଣ୍ଡରେ ପଡ଼ି ନାବାଳକଙ୍କ ମୃତ୍ୟୁ ପାଇଁ ସିଧାସଳଖ ତହସିଲଦାର ଓ ଆରଆଇ ଦାୟୀ ବୋଲି ଲିଖିତ ଅଭିଯୋଗ କରିଛି ବ୍ଲକ୍ କଂଗ୍ରେସ ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ବର ପଂଚାୟତ କୁଳଗାଁଇଶାଳୋ ଲୁଣା ନଦୀ ଘାଟରେ ବୁଧବାର ସକାଳୁ ସ୍ଥାନୀୟ ଅଣସରପୁର ଗାଁର ମନୋଜ ସାହୁଙ୍କ ୧୨ବର୍ଷୀୟ ପୁଅ ସୌମ୍ୟରଞ୍ଜନ ସାହୁ ଓରଫ ସୋମ୍ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ସେଠାରେ ଥିବା ଏକ ମଣିଷକୃତ ଗଣ୍ଡ ଯାହାକି ବାଲି ମାଫିଆମାନେ ଜେସିବି ମେସିନ ବା ପ୍ରୋକଲିନ୍ ଦ୍ଵାରା ଖୋଳି ଏକ ଗଣ୍ଡ କରିଦେଇଥିଲେ ତାହା ଭିତରକୁ ଖସିଯିବାରୁ ପାଣିରେ ବୁଡି ସୋମ୍‌ଙ୍କ ମୃତ୍ୟୁ ହୋଇଥିଲା । ଏହି କୁଳଗାଁଇଶାଳୋ ଲୁଣା ନଦୀ ଘାଟରେ ବାଲି ଲିଜ୍ ନେଇଥିବା ଲିଜ୍‌ଧାରୀମାନେ ସରକାରୀ ନିୟମର ଖୋଲାଖୋଲି ଉଲଂଘନ କରି ପ୍ରୋକଲିନ୍ ଲଗାଇ ଦିନରାତି ବାଲି ଉତ୍ତୋଳନ କରୁଥିବା ବେଳେ ସ୍ଥାନୀୟ ତହସିଲଦାର ଓ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ବସିଛନ୍ତି ।

ଫଳରେ ଏଠାରେ ସରକାରୀ ନିୟମର ବାଲି ମାଫିଆମାନେ ଧୋଜିଆ ଉଠାଉଥିବା ବେଳେ ତହସିଲଦାର ଓ ରାଜସ୍ବ ନିରୀକ୍ଷକ କିଭଳି କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ, ତାକୁ ନେଇ ଉଠିଛି ଏବେ ବଡ଼ ପ୍ରଶ୍ନ । ଅଞ୍ଚଳବାସୀଙ୍କ ମନରେ ଏବେ ସନ୍ଦେହ ଦୃଢ଼ୀଭୂତ ହେଲାଣି ବୋଧହୁଏ ତହସିଲଦାର, ରାଜସ୍ବ ନିରୀକ୍ଷକ ଓ ବାଲି ମାଫିଆଙ୍କ ମଧ୍ୟରେ ଚାଲିଛି କି ମଧୁଚନ୍ଦ୍ରିକା ? ଏଭଳି ଅନେକ ଅସମାହିତ ପ୍ରଶ୍ନ ଏବେ ଛିଡା ହୋଇଛି ଅଂଚଳବାସୀଙ୍କ ମନରେ । ଯଦି ବାଲି ଲିଜ୍‌ଧାରୀମାନେ ନଦୀରୁ ପ୍ରୋକଲିନ୍ ଦ୍ଵାରା ବାଲି ଉତ୍ତୋଳନ କରି ପାରିବେ ନାହିଁ ସ୍ପଷ୍ଟ ସରକାରୀ ନିର୍ଦ୍ଦେଶ ଥିଲା ବେଳେ କିଭଳି ୨୪ ଘଣ୍ଟିଆ ନଦୀରୁ ପ୍ରୋକଲିନ୍ ଦ୍ଵାରା ବାଲି ଉତ୍ତୋଳନ କରାଯାଉଥିଲା ? କ’ଣ ଏସବୁ ନିଶ୍ଚିନ୍ତକୋଇଲି ତହସିଲଦାର ଓ ସ୍ଥାନୀୟ ବିଷ୍ଣୁପୁର ସର୍କଲର ରାଜସ୍ବ ନୀରିକ୍ଷକ ଜାଣିପାରୁ ନଥିଲେ ନା ସବୁ ଜାଣିଶୁଣି ଚୁପ୍ ରହୁଥିଲେ ?

ତେଣୁ ଏ ଦୁଇ ଜଣ ଅଧିକାରୀଙ୍କ ସହ ବାଲିଘାଟ ନିଲାମଧାରୀମାନଙ୍କୁ ପୋଲିସ ତଦନ୍ତ ପରିସର କରି ସେମାନଙ୍କ ବିରୋଧରେ ଯୋଜନାବଦ୍ଧ ହତ୍ୟା, ଅରାଜକତା ଓ ଅମାନୁଷିକ କାର୍ଯ୍ୟ ନିମନ୍ତେ ଭାରତୀୟ ବିଚାର ସଂହିତା ମୁତାବକ ଦଣ୍ଡ ବିଧାନ କରିବା ସହ ନାବାଳକର ପୀଡିତା ପରିବାରକୁ ତ୍ୱରିତ ନ୍ୟାୟ ପ୍ରଦାନ କରିବାକୁ ଦୃଢ ଦାବି କରିଛନ୍ତି ନିଶ୍ଚିନ୍ତକୋଇଲି ବ୍ଲକ କଂଗ୍ରେସ ସଭାପତି ରମାକାନ୍ତ ବେହେରା ଯଦି ଏହା ଉପରେ ତୁରନ୍ତ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ଚରମ ଚେତାବନୀ ଦେଇଛନ୍ତି ବ୍ଲକ୍ କଂଗ୍ରେସ ଅଧ୍ୟକ୍ଷ ରମାକାନ୍ତ ବେହେରା ।

You Can Read :

   Related Posts