ଟ୍ବିନ୍‌ସିଟି ପୋଲିସ କମିଶନରଙ୍କ ବିରୋଧରେ ଏତଲା, ଜାଣନ୍ତୁ କାରଣ

Published By : Prameya-News7 Bureau | October 26, 2019 IST

ଭୁବନେଶ୍ବର ୨୬।୧୦: ପୋଲିସ କମିଶନରଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ବିରୋଧରେ ଏତଲା ଦେଇଛନ୍ତି ପେଟ୍ରୋଲିୟମ ଡିଲର୍ସ ସଂଘର ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ।

{"id":174965}

ସୂଚନାଯୋଗ୍ୟ ଯେ, ଗତ ୨୧ ତାରିଖରେ ପୋଲିସ କମିଶନରଙ୍କ ପାଖକୁ ଏକ ଅଭିଯୋଗ ବାବଦରେ ଆଲୋଚନା ପାଇଁ ଯାଇଥିଲେ ପେଟ୍ରୋଲିୟମ ଡିଲର୍ସ ସଂଘର ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ।

{"id":174966}

ସେହି ସମୟରେ ପୋଲିସ କମିଶନର ତାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ସେ ଅଭିଯୋଗ କରିଛନ୍ତି । ଏହା ମଧ୍ୟ ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.