ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କ ନାଁରେ ଏତଲା ଦେଲେ କର୍ପୋରେଟର, ଜୀବନ ପ୍ରତି ବିପଦ ଥିବା ଦର୍ଶାଇଲେ
29/05/2023 at 4:40 PM

ବ୍ରହ୍ମପୁର ୨୯।୫: ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କ ବିରୋଧରେ ଥାନାରେ ଏତଲା । ଏତଲା ଦେଲେ ବ୍ରହ୍ମପୁର ୨୭ ନଂ ୱାର୍ଡ ବିଜେପି କର୍ପୋରେଟର ନୀଳକଣ୍ଠ ସାହୁ । ଜୀବନ ପ୍ରତି ବିପଦ ଥିବା ସେ ଏତଲାରେ ଦର୍ଶାଇଛନ୍ତି । ଜିଲ୍ଲା ସଭାପତି ଜୀବନରେ ମାରିଦେବାକୁ ଷଡ଼ଯନ୍ତ୍ର କରିଥିବା ସେ ଏତଲାରେ ଦର୍ଶାଇଛନ୍ତି ।
ରବିବାର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗସ୍ତ ବେଳେ ଜିଲ୍ଲା ସଭାପତିଙ୍କ ଉପରେ କାଳି ମାଡ ହୋଇଥିଲା । ପ୍ରତିବାଦ ବେଳେ ଜିଲ୍ଲା ସଭାପତିଙ୍କ ସମର୍ଥକ ନୀଳକଣ୍ଠଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ସୁରକ୍ଷା ଯୋଗାଇ ଦେବାକୁ ଥାନାରେ ନିବେଦନ କରିଛନ୍ତି ।
You Can Read :
Related Posts
ବଜ୍ରାଘାତ ନେଲା ତିନି ମହିଳାଙ୍କ ଜୀବନ, ବିଲରେ କାମ କରୁଥିବା ସମୟରେ ଘଟିଲା ଅଘଟଣ
26 September 2023
ଅକ୍ଟୋବର ୨ରୁ ୧୧ ଯାଏ ବିଜେଡିର ପଦଯାତ୍ରା, ଘରେ ଘରେ ହେବ ଶଙ୍ଖ କାର୍ଯ୍ୟକ୍ରମ
26 September 2023
ବୈତରଣୀ କୂଳରେ ମାତିଛି ନରହନ୍ତା ଜନ୍ତୁ, ଗାଈକୁ ଟାଣିନେଇ ଝାମ୍ପି ଖାଇଲା କୁମ୍ଭୀର
26 September 2023