Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ପୋଷା ବିଲେଇ ପାଇଁ ହଟହଟା ସାହି ବାସିନ୍ଦା, ଥାନାକୁ ଗଲା ମାମଲା

21/02/2023 at 10:42 AM

ଖଲ୍ଲିକୋଟ ୨୧/୦୨: ପୋଷା ବିଲେଇ ପାଇଁ ଥାନାରେ ଏତଲା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନଏସି ୧୦ ନଂ ଓ୍ୱାର୍ଡ ଶଙ୍କର ମଠ ସାହି ପାଣି କଲୋନୀରେ ।

ସାହିର ଜଣେ ମହିଳାଙ୍କ ଘରେ ୩୦ରୁ ଅଧିକ ବିଲେଇ ପାଳିଛି । ଆଉ ବିଲେଇ ମାନେ ଏଣେ ତେଣେ ବୁଲା ବୁଲି କରିବା ସହ ଯେଉଠି ସେଇଠି ମଳମୁତ୍ର ତ୍ୟାଗ କରୁଛି । ଯାହା ଫଳରେ ସାହି ବାସିନ୍ଦାମାନେ ନାନା ପ୍ରକାରର ହଇରାଣ ହେଉଛନ୍ତି । ଫଳରେ ପରିମଳ ବିପର୍ଯ୍ୟସ୍ତ ହେଉଥିବା ସାହିବାସିନ୍ଦାଙ୍କ ସଂପର୍କୀୟଙ୍କ ଘରକୁ ଆସିବାକୁ ଅନିଛା ପ୍ରକାଶ କରୁଛି ।

ଏପରିକି ଏହି ସାହିକୁ ପରିବା ବିକାଳି ମଧ୍ୟ ଆସୁନାହାଁନ୍ତି । ଏଣୁ ଏନେଇ ପଦେକ୍ଷପ ଗ୍ରହଣ କରିବାକୁ ୧୦ ନଂ ଓ୍ୱାର୍ଡର କାଉନସିଲର ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ମହିଳା ମାନେ ଛତ୍ରପୁର ଥାନାର ଦ୍ୱାରସ୍ତ ହୋଇଛି । ପୂର୍ବରୁ ଘର ମାଲିକଙ୍କୁ ସଫେଇ ପାଇଁ ଅବଗତ କରାଯାଇଥିଲେ ସୁଦ୍ଧା, ସେ କିଛି ଶୁଣୁନାହାଁନ୍ତି । ବରଂ ସାହିବାସିନ୍ଦାଙ୍କୁ ଗାଳିଗୁଲଜ କରୁଛି ।

ଏନେଇ ପୂର୍ବରୁ ଏନଏସି କାର୍ଯ୍ୟନିର୍ବ।ହୀ ଆଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କିନ୍ତୁ କୌଣସି ସୁଫଳନମିଳିବାରୁ ୧୦ନଂ ଓ୍ୱାର୍ଡର ମହିଳାମାନେ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛି । ଏପରିକି ଗତକାଲି ସେଥିରୁ ୨ଟି ବିଲେଇ ମଧ୍ୟ ମରିପଡିଛି । ଯାହାଫଳରେ ଦୁର୍ଗନ୍ଧ ହେଉଥିବା ସାହି ବାସିନ୍ଦାମାନେ କହିଛନ୍ତି । ଏପରିକି ମହିଳା ଜଣକ ନିଜର ଦୁଇଟି ଘର ଥିବାରୁ ଗୋଟିଏ ଘରେ ଏହି ସବୁ ବିଲେଇ ରଖି ମହିଳା ଜଣକ ଅନ୍ୟ ଏକ ଘରେ ରହିଛି । ଏଥିପ୍ରତି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାହିର ମହିଳାମାନେ ଦାବି କରିଛି ।

   Related Posts