ବିବାହ ପ୍ରଲୋଭନ ଦେଖାଇ ଟିଭି ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, କାଷ୍ଟିଂ ନିର୍ଦେଶକଙ୍କ ବିରୁଦ୍ଧରେ ମାମଲା ରୁଜୁ
30/11/2020 at 10:06 PM

ମୁମ୍ବାଇ ୩୦/୧୧ : ବିବାହ ପ୍ରଲୋଭନ ଦେଖାଇ ଜଣେ ଟିଭି ଅଭିନେତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ କାଷ୍ଟିଂ ନିର୍ଦେଶକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ । ସୋମବାର ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଗତ ସପ୍ତାହରେ ଅଭିନେତ୍ରୀଜଣକ ଭର୍ସୋଭା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଛନ୍ତି । ସେ ଅଭିଯୋଗ ଫର୍ଦ୍ଦରେ ଲେଖିଛନ୍ତି ଯେ, କାଷ୍ଟିଂ ନିର୍ଦ୍ଦେଶକ ତାଙ୍କୁ ବିବାହ କରିବାକୁ ପ୍ରତିଶୃତି ଦେବା ସହରର ବିଭିନ୍ନ ସ୍ଥାନରେ ତାଙ୍କୁ ରଖି ବଳାତ୍କାର କରିଛନ୍ତି ।
ଅଭିଯୁକ୍ତଙ୍କ ବୟସ ମଧ୍ୟ ୨୬ ବର୍ଷ ଏବଂ ଉଭୟ ଦୁଇ ବର୍ଷ ହେଲା ପରସ୍ପରକୁ ଜାଣିଥିଲେ ବୋଲି ସେ କହିଛନ୍ତି । ସେ ଅଭିନେତ୍ରୀଜଣକୁ ବିବାହ କରିବାକୁ ପ୍ରତିଶୃତି ଦେଇଥିଷଳ । କିନ୍ତୁ ପରେ ଯେତେବେଳେ ସେ ଏପରି କରିବାକୁ ମନା କରିଦେଲେ, ଅଭିନତ୍ରୀଜଣକ ଥାନାରେ ଏ ନେଇ ମାମଲା ରୁଜୁ କରିଥିଲେ ।
ତେବେ, ଭାରତୀୟ ଦଣ୍ଡବିଧି ଧାରା ୩୭୬ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ FIR ପଞ୍ଜୀକୃତ କରିଛି ପୋଲିସ । ଅଭିଯୁକ୍ତକୁ ଏଯାଏଁ ଗିରଫ କରାଯାଇନାହିଁ । ତେବେ ଏହି ମାମଲାର ତଦନ୍ତ ଚାଲିଛି ଏବଂ ଖୁବାଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଭର୍ସୋଭା ଥାନାର ପୋଲିସ ଇନ୍ସପେକ୍ଟର ରାଘବେନ୍ଦ୍ର ଠାକୁର କହିଛନ୍ତି।