ରାହୁଲ ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ଟ୍ୱିଟ୍ ପାଇଁ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟଙ୍କ ବିରୋଧରେ ମାମଲା ରୁଜୁ
28/06/2023 at 3:56 PM

ବେଙ୍ଗାଲୁରୁ: ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟଙ୍କ ବିରୋଧରେ ମାମଲା ରୁଜୁ। ରାହୁଲ ଗାନ୍ଧୀଙ୍କ ବିରୋଧରେ ବିବଦୀୟ ଟ୍ୱିଟ୍ କରିଥିବାରୁ ବେଙ୍ଗାଲୁରୁ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।
ପୂର୍ବତନ କଂଗ୍ରେସ ବିଧାୟକ ରମେଶ ବାବୁଙ୍କ ଅଭିଯୋଗ୍ କ୍ରମେ ତାଙ୍କ ଅମିତଙ୍କ ବିରୋଧରେ ମାମଲା ହୋଇଛି।
ଅମିତ ତାଙ୍କ ଟ୍ୱିଟ୍ରରେ ରାହୁଲଙ୍କର ଏକ ଆନିମେଟେଡ୍ ଭିଡିଓ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ରାହୁଲ ଗାନ୍ଧୀ ବିଦେଶରେ ଦେଇଥିବା କିଛି ବୟାନ ରହିଛି। ଅମିତ ଟ୍ୱିଟ୍ କରିଥିବା ଭିଡିଓଟିରେ ରାହୁଲ ଗାନ୍ଧୀଙ୍କୁ ଏକ ଖଳନାୟକ ଭୂମିକାର ଚିତ୍ରଣ କରାଯାଇଛି। ଭିଡିଓରେ କ୍ୟାପ୍ସନ ଦେଇ ଅମିତ ଲେଖିଛନ୍ତି ରାହୁଲ ଗାନ୍ଧୀ କପଟ ଖେଳ ଖେଳୁଛନ୍ତି।
ପଢ଼ନ୍ତୁ –ବଡ଼ ଧରଣର ପରିବର୍ତ୍ତନ ପ୍ରସ୍ତୁତିରେ ବିଜେପି, ଧର୍ମେନ୍ଦ୍ର ପ୍ରଧାନ ଓ ଭୂପେନ୍ଦ୍ର ଯାଦବଙ୍କୁ ମିଳିବ ନୂଆ ଦାୟିତ୍ୱ
ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ। ସେ ଟ୍ୱିଟ୍ କରି ଲେଖିଛନ୍ତି “ରାଜନୈତିକ ଉଦ୍ଦେଶ୍ୟ ରଖି ଅମିତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରାହୁଲ ଗାନ୍ଧୀଙ୍କ ବିରୋଧରେ ଦିଆଯାଇଥିବା ମନ୍ତବ୍ୟ ପାଇଁ ମାଲବ୍ୟଙ୍କ ବିରୋଧରେ ଧାରା ୧୫୨(ଏ)ଓ ୫୦୫(୨) ଲଗାଯାଇଛି।”
ସୂର୍ଯ୍ୟ ଆହୁରି କହିଛନ୍ତି “ ଅମିତଙ୍କ ବିରୋଧରେ ଲଗାଯାଇଥିବା ଉପରୋକ୍ତ ଦୁଇଟି ଧାରା ଦୁଇ ଗ୍ରୁପ୍ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ। ତେଣୁ ରାହୁଲ ଗାନ୍ଧୀ ଜଣେ ବ୍ୟକ୍ତି ନା ଏକ ଗ୍ରୁପ୍?, ନା ଏକ ଶ୍ରେଣୀ? ନ୍ୟାୟ ପାଇଁ ଆମେ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିବୁ।”
ଘଠଣାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ଥତା କର୍ଣ୍ଣାଟକ ବିଧାୟକ ପ୍ରିୟଙ୍କ ଖଡ଼ଗେ ବୟାନ ଦେଇଥିଲେ। ଆଇନକୁ ସାମ୍ନା କଲେ ବିଜେପି ସବୁବେଳେ କାନ୍ଦେ ବୋଲି କଂଗ୍ରେସ ପ୍ରିୟଙ୍କ କହିଥିଲେ। ଏହାର ଜବାବ ଦେଇ ଏଭଳି ଟ୍ୱିଟ୍ କରିଛନ୍ତି ତେଜସ୍ୱୀ।
ପଢ଼ନ୍ତୁ-ହିଂସାଗ୍ରସ୍ତ ମଣିପୁର ଗସ୍ତ କରିବେ ରାହୁଲ ଗାନ୍ଧୀ, ଶିବିରରେ ପୀଡ଼ିତଙ୍କୁ ଭେଟିବେ