Top less ଫଟୋସୁଟ୍‌କୁ ନେଇ ବିବାଦରେ ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ, ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛି Iam with sana#

Published By : Prameya-News7 Bureau | October 16, 2020 IST

ହେଲସିଙ୍କି : ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ସନା ମାରିନ୍‌ଙ୍କ ଏକ ଫଟୋସୁଟ୍‌ ତାଙ୍କୁ ଦେଶରେ ବିବାଦୀୟ କରିଛି। ଏକ ଫ୍ୟାସନ ମ୍ୟାଗଜିନ ଲାଗି ସେ ଏହି ଫଟୋସୁଟ୍‌ କରିଥିବା ବେଳେ ତାଙ୍କ ପରିଧାନ ହିଁ ତାଙ୍କୁ ବିବାଦୀୟ କରିଛି। ଏଥିରେ ସେ ବିନା ଟପରେ ଏକ ବ୍ଲାକ୍‌ ବ୍ଲେଜରରେ ଦେଖାଯାଉଛନ୍ତି। ତେବେ ଏହି ବ୍ଲେଜର  ଛାତି ତଳ ପର୍ଯ୍ୟନ୍ତ ଖୋଲା ଥିବା ତାଙ୍କୁ ଚର୍ଚ୍ଚିତ କରିଛି।

{"id":345692,"sizeSlug":"large"}

ଦେଶର ବାମପନ୍ଥୀ ସରକାର ମୁଖ୍ୟ ୩୪ ବର୍ଷିୟା ମହିଳା ପ୍ରଧାନମନ୍ତ୍ରୀଙ୍କ ଏହି ଫଟୋ ପ୍ରମୁଖ ଫ୍ୟାସନ ପ୍ରକାଶନ ଟ୍ରେଣ୍ଡିର ଅକ୍ଟୋବର ସଂଖ୍ୟାର ପ୍ରଛଦ ହୋଇଛି। ଏହି ଫଟୋ ଇଂଷ୍ଟାରେ ପ୍ରସାର ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଫଟୋସୁଟ୍‌କୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।  ତେବେ ସୋସିଆଲ ମିଡିଆରେ ତାଙ୍କ ଲାଗି ହାସ୍ ଟାଗ୍‌ ଟ୍ରେଣ୍ଡ କରିବା ଦେଶ ଦୁଇ ଭାଗରେ ବାଣ୍ଟି ହୋଇଯାଇଛି। 

wp:html
View this post on Instagram

Ylpeänä esittelemme: lokakuun Trendin kannessa loistaa mieletön @sannamarin ??⠀ ⠀ Pääministeri Sanna Marinilla on eturivin paikka esimerkkinä, esikuvana, asioiden muuttajana ja vaikuttajana. Työ on paineistettua, mutta hyvät unenlahjat ja rautaiset hermot auttavat. Mutta Marin tunnustaa myös, että uupumuksen tunteet saattavat tulla myöhemmin:⠀ ⠀ ”On selvää, että nämä vuodet jättävät jälkensä. Tämä ei ole tavallista työtä eikä tavanomaista elämää vaan raskasta monellakin tavalla. Voi olla, että paine ja uupumus kertyvät ja tulevat myöhemmin. Tilanteissa on ollut pakko laittaa tunteet sivuun, mutta kyllähän ne kasautuvat.” ⠀ ⠀ Lue kiinnostava haastattelu kokonaisuudessaan tänään lehtihyllyille saapuneesta Trendistä! Antoisia lukuhetkiä! ? ⠀ ⠀ Kuva: @jonaslundqvist⠀ Tyyli: @suvipout

A post shared by Trendi & Lily (@trendimag) on

/wp:html

କେତେକ ସୋସିଆଲ ମିଡିଆ ୟୁଜର ପ୍ରଧାନମନ୍ତ୍ରୀଙ୍କ ପୋଷାକ ପସନ୍ଦକୁ ‘ଅନୁଚିତ’ ନାମରେ ବ୍ରାଣ୍ଡେଡ କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ଲୋକେ ନାନା ମନ୍ତବ୍ୟ ଦେଉଛନ୍ତି। ଏଥିରେ କେହି ଜଣେ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱାସନିୟତା ସମାପ୍ତ ହୋଇଥିବା ଉଲ୍ଲେଖ କରିଥିବା ବେଳେ ଲୋକେ ଅନ୍ୟପ୍ରକାର ମନ୍ତବ୍ୟ ମଧ୍ୟ ଲେଖୁଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଉତ୍ସାହୀ ପ୍ରଶଂସକମାନେ ତାଙ୍କ ସପକ୍ଷରେ ରାଲି ବାହର କରିବା ସହ ସୋସିଆଲ ମିଡିଆରେ ଆଇଏମ ୱିଥ୍ ସାନା ହ୍ୟାସ ଟ୍ୟାଗ୍‌ ଟ୍ରେଣ୍ଡ କରାଉଛନ୍ତି। ତେବେ ଆଉ କେତେକ ସୋସିଆଲ ମିଡିଆ ୟୁଜର ପ୍ରଧାନମନ୍ତ୍ରୀ ଫିନିସ୍‌ ମହିଳାଙ୍କ ଲାଗି ରୋଲ ମଡେଲ ବୋଲି ଉଲ୍ଲେଖ କରୁଛନ୍ତି।

{"id":345694,"sizeSlug":"large"}

ତେବେ ମ୍ୟାଗଜିନରେ ଫଟୋ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ମଧ୍ୟ ପ୍ରକାଶନ ପାଇଛି। ଯେଉଁଥିରେ ଆମ ପ୍ରଧାନମନ୍ତ୍ରୀ  ମରିନଙ୍କ ପାଖରେ ଉଦାହରଣ ଭାବେ ଏକ ପଦବୀ ମଧ୍ୟ ରହିଛି। କରୋନା ଭାଇରସ ମହାମାରୀ କାଳରେ ପ୍ରଧାନମନ୍ତ୍ରୀ ମଧ୍ୟ ଚାପଗ୍ରସ୍ତ ହୋଇ ଥକି ପଡିଛନ୍ତି। ନିଶ୍ଚିତ ରୂପେ ଏହା ଏକ କଠିନ ବର୍ଷ । ଦେଶର ପ୍ରଧାନମନ୍ତ୍ରୀ ଭାବେ ଚାପଗ୍ରସ୍ତ ହେବା ସ୍ୱଭାବିକ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋସୁଟ୍‌ ନିଶ୍ଚିତ ରୂପେ ବର୍ଷ ଲାଗି ଏକ ଛାପ ଛାଡିବ ବୋଲି ଉଲ୍ଲେଖ ରହିଛି।

{"id":345693,"sizeSlug":"large"}

ସେପଟେ  ପ୍ରଧାନମନ୍ତ୍ରୀଙ୍କ ଆଉଟଫିଟ୍ କୁ ନେଇ ସୋସିଆଲ ମିଡିଆରେ ଝଡ କିଛି ନୂଆ କଥା ନୁହେଁ ବୋଲି କହିଛନ୍ତି ଟେମ୍ପିୟର ୟୁନିଭର୍ସିଟିରେ ଜେଣ୍ଡର ଷ୍ଟଡିଜ ପ୍ରଫେସର ଅନୁ କୋଇବୁନେନ୍‌।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.